ଦାରିଙ୍ଗବାଡ଼ି,୨୧ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ମନ୍ଦିରର ବନ ବିହାର କାର୍ଯ୍ୟକ୍ରମ ଡୁଲୁରୀ ପାଇନବଣଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଫୁଲ କୁମାର ବଡ଼ଜେନା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ସେହିପରି ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼ାଇ ଏହି ବନବିହାରର ଉଦ୍ଦେଶ୍ୟ ଓ ଛାତ୍ରୀଛାତ୍ର, ଅଭିଭାବକମାନଙ୍କ ଫାଇଦା ଓ ଜାଣିବା ଜରୁରୀ ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ତହସିଲଦାର ଧୀରୋଜ ପାତ୍ର ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ମୁଖ୍ୟବକ୍ତା ଭାବେ ବିଭାଗର ନିରୀକ୍ଷକ ପଦ୍ମନାଭ ସାମଲ, ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ପୂର୍ବତନ ସଭାପତି ରମେଶ ଚନ୍ଦ୍ର ସାହୁ,ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ବିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ ଦିଲୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ବନ ବିହାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ନିଜ ମତ ରଖିଥିଲେ। ଛାତ୍ରୀଛାତ୍ର ବିଦ୍ୟାମନ୍ଦିର ଭିତରେ ନିୟମିତ ପାଠ ପଢୁଛନ୍ତି। ତେବେ ସେମାନଙ୍କୁ ବାହାର ପରିବେଶ ବିଶେଷକରି ଜଙ୍ଗଲ ପରିବେଶକୁ ନେଇ ସେଠାରେ ଭୋଜିଭାତର ଆସର ସହ ଜଙ୍ଗଲ ଆମର କେତେ ଆବଶ୍ୟକ ଓ ତା’ର ସୁରକ୍ଷା ସହ ପ୍ରାଣୀସମ୍ପଦର ସୁରକ୍ଷା ସମ୍ପର୍କରେ ଅତିଥିମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଟୁ ସାହୁ, ନିରଞ୍ଜନ ସାହୁ, ହରେନ ସାହୁ, ଭାଲୁ ସାହୁଙ୍କ ସମେତ ବିଦ୍ୟାମନ୍ଦିରର ଗୁରୁମା, ଗୁରୁଜୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


