ପ୍ରଦୂଷଣ ମୁକ୍ତ ପୂଜା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଆଗକୁ ଆସୁଛି ପାର୍ବଣ ଋତୁ। କରୋନା ସଂକ୍ରମଣ ହ୍ରାସ ପରେ ପ୍ରଥମ ଥର ଲାଗି ବିଭିନ୍ନ ମଣ୍ଡପରେ ପୂଜାର ଆୟୋଜନ କରାଯାଉଛି । ଦୁର୍ଗାପୂଜା, କାଳୀପୂଜା ଆଦି ଅନ୍ୟାନ୍ୟ ପୂଜାରେ ଯେପରି କୌଣସି ପ୍ରଦୂଷଣ ନ ହେବ ସେଥିପ୍ରତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଜୋର ଦେଇଛି। ଏସ୍‌ପିସିବg ମେମ୍ବର ସେକ୍ରେଟାରି କେ. ମୁରୁଗେସେନ ସମସ୍ତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।
ମୂର୍ତ୍ତି ନିର୍ମାଣରେ ବେକେଡ କ୍ଲେ, ପ୍ଲାଷ୍ଟର ପ୍ୟାରିସ ବଦଳରେ ପ୍ରାକୃତିକ ମାଟି ବ୍ୟବହାର କରିବାକୁ ପୂଜା କମିଟି ଓ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ଦେହରେ ବିଷାକ୍ତ କେମିକାଲ ରଙ୍ଗ ନ ଲଗାଇ ପାଣିରେ ଦ୍ରବୀଭୂତ ହେଉଥିବା ଅଣବିଷାକ୍ତ ପ୍ରାକୃତିକ ରଙ୍ଗ ଲେପନ କରିବାକୁ କୁହାଯାଇଛି। ମଣ୍ଡପର ଉଚ୍ଚତା ୪୦ ଫୁଟ ଏବଂ ମୂର୍ତ୍ତିର ଉଚ୍ଚତା ୨୦ ଫୁଟରୁ ଅଧିକ ହେବ ନାହିଁ। ଜିଲା ପ୍ରଶାସନ କିମ୍ବା ସ୍ବାୟତ୍ତ ଶାସନ ସଂସ୍ଥା ଦ୍ୱାରା କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ବିସର୍ଜନ ପୂର୍ବରୁ ଆୟୋଜକ ଫୁଲ, ସଜ୍ଜାଯାଇଥିବା ବିଭିନ୍ନ ସାମଗ୍ରୀକୁ କାଢ଼ି ଦେବା ଆବଶ୍ୟକ। ସେଗୁଡ଼ିକୁ ପୋଖରୀ ନିକଟରେ ନ ଫୋପାଡ଼ିବାକୁ କୁହାଯାଇଛି। ଏଥିସହିତ ପୂଜାମଣ୍ଡପ ସାଜସଜ୍ଜା କିମ୍ବା ପ୍ରସାଦ ସେବନ ଆଦି କାର୍ଯ୍ୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ପଲିଥିନ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଅଧିକ ସଂଖ୍ୟାରେ କୃତ୍ରିମ ପୋଖରୀ ପାଇଁ ସ୍ଥାନ ଚିହ୍ନଟ କରିବା ସହ ଏ ବିଷୟରେ ପୂଜା କମିଟିଗୁଡ଼ିକୁ ଆଗୁଆ ସୂଚନା ଦେବାକୁ ଆଞ୍ଚଳିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନଦୀ କିମ୍ବା ହ୍ରଦରେ ମୂର୍ତ୍ତି ବିଜର୍ସଜ କରିବାକୁ ପଡୁଥାଏ ତେବେ ସେଠାରେ କୃତ୍ରିମ ପୋଖରୀ ଖନନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ଓଡ଼ିଶା ପ୍ରିଭେନଶନ ଆଣ୍ଡ କଣ୍ଟ୍ରୋଲ ଅଫ୍‌ ଓ୍ବାଟର ପଲ୍ୟୁଶନ (ପ୍ରୋସିଜିଓର ଫର୍‌ ଇମରସନ ଅଫ୍‌ ଆଇଡଲ ଆଫଟର ପୂଜା) ରୁଲ୍‌ସ-୨୦୨୧ର ସେକ୍ସନ ୩କୁ ଉଲ୍ଲଂଘନ କରି ମୂର୍ତ୍ତି ନିର୍ମାଣ କଲେ ମୂର୍ତ୍ତି ନିର୍ମାତାଙ୍କ ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯିବ। ସେହିପରି ରୁଲ୍‌ର ସେକ୍ସନ ୫ ଓ ୬କୁ ଉଲ୍ଲଂଘନ କଲେ ପୂଜା କମିଟି ଆୟୋଜକଙ୍କ ଉପରେ ଜରିମାନା କରାଯିବ। ପଞ୍ଚାୟତ ଅଧୀନ ପୂଜା କମିଟି ଉପରେ ୩ ହଜାର, ସହରାଞ୍ଚଳ କମିଟି ଉପରେ ୫ ହଜାର ଏବଂ ମହାନଗର ନିଗମ ଅଞ୍ଚଳରେ ପୂଜା କମିଟି ଉପରେ ୭ ହଜାର ଟଙ୍କା ଜରିମାନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri