ପ୍ରଦୂଷଣ ମୁକ୍ତ ପୂଜା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଆଗକୁ ଆସୁଛି ପାର୍ବଣ ଋତୁ। କରୋନା ସଂକ୍ରମଣ ହ୍ରାସ ପରେ ପ୍ରଥମ ଥର ଲାଗି ବିଭିନ୍ନ ମଣ୍ଡପରେ ପୂଜାର ଆୟୋଜନ କରାଯାଉଛି । ଦୁର୍ଗାପୂଜା, କାଳୀପୂଜା ଆଦି ଅନ୍ୟାନ୍ୟ ପୂଜାରେ ଯେପରି କୌଣସି ପ୍ରଦୂଷଣ ନ ହେବ ସେଥିପ୍ରତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଜୋର ଦେଇଛି। ଏସ୍‌ପିସିବg ମେମ୍ବର ସେକ୍ରେଟାରି କେ. ମୁରୁଗେସେନ ସମସ୍ତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।
ମୂର୍ତ୍ତି ନିର୍ମାଣରେ ବେକେଡ କ୍ଲେ, ପ୍ଲାଷ୍ଟର ପ୍ୟାରିସ ବଦଳରେ ପ୍ରାକୃତିକ ମାଟି ବ୍ୟବହାର କରିବାକୁ ପୂଜା କମିଟି ଓ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ଦେହରେ ବିଷାକ୍ତ କେମିକାଲ ରଙ୍ଗ ନ ଲଗାଇ ପାଣିରେ ଦ୍ରବୀଭୂତ ହେଉଥିବା ଅଣବିଷାକ୍ତ ପ୍ରାକୃତିକ ରଙ୍ଗ ଲେପନ କରିବାକୁ କୁହାଯାଇଛି। ମଣ୍ଡପର ଉଚ୍ଚତା ୪୦ ଫୁଟ ଏବଂ ମୂର୍ତ୍ତିର ଉଚ୍ଚତା ୨୦ ଫୁଟରୁ ଅଧିକ ହେବ ନାହିଁ। ଜିଲା ପ୍ରଶାସନ କିମ୍ବା ସ୍ବାୟତ୍ତ ଶାସନ ସଂସ୍ଥା ଦ୍ୱାରା କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ବିସର୍ଜନ ପୂର୍ବରୁ ଆୟୋଜକ ଫୁଲ, ସଜ୍ଜାଯାଇଥିବା ବିଭିନ୍ନ ସାମଗ୍ରୀକୁ କାଢ଼ି ଦେବା ଆବଶ୍ୟକ। ସେଗୁଡ଼ିକୁ ପୋଖରୀ ନିକଟରେ ନ ଫୋପାଡ଼ିବାକୁ କୁହାଯାଇଛି। ଏଥିସହିତ ପୂଜାମଣ୍ଡପ ସାଜସଜ୍ଜା କିମ୍ବା ପ୍ରସାଦ ସେବନ ଆଦି କାର୍ଯ୍ୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ପଲିଥିନ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଅଧିକ ସଂଖ୍ୟାରେ କୃତ୍ରିମ ପୋଖରୀ ପାଇଁ ସ୍ଥାନ ଚିହ୍ନଟ କରିବା ସହ ଏ ବିଷୟରେ ପୂଜା କମିଟିଗୁଡ଼ିକୁ ଆଗୁଆ ସୂଚନା ଦେବାକୁ ଆଞ୍ଚଳିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନଦୀ କିମ୍ବା ହ୍ରଦରେ ମୂର୍ତ୍ତି ବିଜର୍ସଜ କରିବାକୁ ପଡୁଥାଏ ତେବେ ସେଠାରେ କୃତ୍ରିମ ପୋଖରୀ ଖନନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ଓଡ଼ିଶା ପ୍ରିଭେନଶନ ଆଣ୍ଡ କଣ୍ଟ୍ରୋଲ ଅଫ୍‌ ଓ୍ବାଟର ପଲ୍ୟୁଶନ (ପ୍ରୋସିଜିଓର ଫର୍‌ ଇମରସନ ଅଫ୍‌ ଆଇଡଲ ଆଫଟର ପୂଜା) ରୁଲ୍‌ସ-୨୦୨୧ର ସେକ୍ସନ ୩କୁ ଉଲ୍ଲଂଘନ କରି ମୂର୍ତ୍ତି ନିର୍ମାଣ କଲେ ମୂର୍ତ୍ତି ନିର୍ମାତାଙ୍କ ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯିବ। ସେହିପରି ରୁଲ୍‌ର ସେକ୍ସନ ୫ ଓ ୬କୁ ଉଲ୍ଲଂଘନ କଲେ ପୂଜା କମିଟି ଆୟୋଜକଙ୍କ ଉପରେ ଜରିମାନା କରାଯିବ। ପଞ୍ଚାୟତ ଅଧୀନ ପୂଜା କମିଟି ଉପରେ ୩ ହଜାର, ସହରାଞ୍ଚଳ କମିଟି ଉପରେ ୫ ହଜାର ଏବଂ ମହାନଗର ନିଗମ ଅଞ୍ଚଳରେ ପୂଜା କମିଟି ଉପରେ ୭ ହଜାର ଟଙ୍କା ଜରିମାନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri