Categories: ବାଣିଜ୍ୟ

‘ନେଟ୍‌ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍‌ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଗୁରୁତ୍ୱାରୋପ କରିଛି। ଏପରିକି କମ୍ପାନୀର ସ୍ଥାୟୀ ବିକାଶ ରିପୋର୍ଟକୁ ମଧ୍ୟ ଉନ୍ମୋଚନ କରାଯାଇଛି। ବିଶେଷକରି ଅର୍ଥନୈତକି କାର୍ଯ୍ୟଦକ୍ଷତା, ଯୋଗାଣ ଶୃଙ୍ଖଳା ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ପରିଚାଳନା, ବାୟୁ ଗୁଣବତ୍ତା ଓ ନିର୍ଗମନ ନିୟନ୍ତ୍ରଣ, ଜଳ ପରିଚାଳନା ଜୈବ ବିବିଧତା ପରିଚାଳନା, ନିରାପତ୍ତା, ସ୍ବାସ୍ଥ୍ୟ ଓ କଲ୍ୟାଣ ଇତ୍ୟାଦି ବିଷୟକୁ ଉକ୍ତ ରିର୍ପୋଟରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଜଳବାୟୁ ପରିବର୍ତ୍ତନ ଉପରେ ବେଦାନ୍ତ ଆଲୁମିନିୟମ ତା’ର ପ୍ରଥମ ରିପୋର୍ଟ ମଧ୍ୟ ଆରମ୍ଭ କରିଛି, ଯାହାର ନାମ ରୋଡ୍‌ ଟୁ ନେଟ୍‌ ଜିରୋ କାର୍ବନ ରହିଛି। ଯାହା ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ପ୍ରକାଶନ କିମ୍ବା ଟିସିଏଫ୍‌ଡି ଫ୍ରେମ୍‌ୱର୍କ ଢାଞ୍ଚା ପାଇଁ ଟାସ୍କଫୋର୍ସ ସହ ସଂଯୁକ୍ତ ହେବ। ଉକ୍ତ ରିର୍ପୋଟ ଜରିଆରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କମ୍ପାନୀ ତା’ର ହିତାଧିକାରୀମାନଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ସୁଯୋଗ, ଜଳବାୟୁ ପରିଚାଳନା ରଣନୀତି, ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି।

ଏ ସମ୍ପର୍କରେ ବେଦାନ୍ତ ଲିଃ.ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଗତ ଆର୍ଥିକ ବର୍ଷ ପାଇଁ ବେଦାନ୍ତ ଆଲୁମିନିୟମର ସ୍ଥାୟୀ ବିକାଶ ରିପୋର୍ଟ ଓ ଟିସିଏଫ୍‌ଡି ରିପୋର୍ଟ ଉନ୍ମୋଚନ କରି ଆମେ ବେଶ୍‌ ଆନନ୍ଦିତ । ବିଶେଷକରି ଏକ ନେଟ୍‌ ଜିରୋ ଜଳବାୟୁ ସ୍ଥିର ଆଲୁମିନିୟମ ବ୍ୟବସାୟ ପାଇଁ ଆମର ସଂକଳ୍ପ ଓ ଆମେ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ, ଯାହା ପରିବେଶ ପରିବର୍ତ୍ତନ ଉପରେ ବେଶ୍‌ ନିର୍ଭରଶୀଳ ହୋଇପଡ଼ିଛି। ତେଣୁ ଅକ୍ଷୟ ଶକ୍ତି ବ୍ୟବହାର, ଅଙ୍ଗାରକାମ୍ଳ ହ୍ରାସ, ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ବିଶେଷ ଧ୍ୟାନ ଦେଇ ଆମେ ମିଶନ ୨୦୩୦ ଓ ୨୦୫୦ ସୁଦ୍ଧା ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଆଶାୟୀ ରହିଛୁ ବୋଲି ସେ ମତପ୍ରକାଶ କରିଛନ୍ତି।

Share