‘ନେଟ୍‌ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍‌ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଗୁରୁତ୍ୱାରୋପ କରିଛି। ଏପରିକି କମ୍ପାନୀର ସ୍ଥାୟୀ ବିକାଶ ରିପୋର୍ଟକୁ ମଧ୍ୟ ଉନ୍ମୋଚନ କରାଯାଇଛି। ବିଶେଷକରି ଅର୍ଥନୈତକି କାର୍ଯ୍ୟଦକ୍ଷତା, ଯୋଗାଣ ଶୃଙ୍ଖଳା ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ପରିଚାଳନା, ବାୟୁ ଗୁଣବତ୍ତା ଓ ନିର୍ଗମନ ନିୟନ୍ତ୍ରଣ, ଜଳ ପରିଚାଳନା ଜୈବ ବିବିଧତା ପରିଚାଳନା, ନିରାପତ୍ତା, ସ୍ବାସ୍ଥ୍ୟ ଓ କଲ୍ୟାଣ ଇତ୍ୟାଦି ବିଷୟକୁ ଉକ୍ତ ରିର୍ପୋଟରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଜଳବାୟୁ ପରିବର୍ତ୍ତନ ଉପରେ ବେଦାନ୍ତ ଆଲୁମିନିୟମ ତା’ର ପ୍ରଥମ ରିପୋର୍ଟ ମଧ୍ୟ ଆରମ୍ଭ କରିଛି, ଯାହାର ନାମ ରୋଡ୍‌ ଟୁ ନେଟ୍‌ ଜିରୋ କାର୍ବନ ରହିଛି। ଯାହା ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ପ୍ରକାଶନ କିମ୍ବା ଟିସିଏଫ୍‌ଡି ଫ୍ରେମ୍‌ୱର୍କ ଢାଞ୍ଚା ପାଇଁ ଟାସ୍କଫୋର୍ସ ସହ ସଂଯୁକ୍ତ ହେବ। ଉକ୍ତ ରିର୍ପୋଟ ଜରିଆରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କମ୍ପାନୀ ତା’ର ହିତାଧିକାରୀମାନଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ସୁଯୋଗ, ଜଳବାୟୁ ପରିଚାଳନା ରଣନୀତି, ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି।

ଏ ସମ୍ପର୍କରେ ବେଦାନ୍ତ ଲିଃ.ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଗତ ଆର୍ଥିକ ବର୍ଷ ପାଇଁ ବେଦାନ୍ତ ଆଲୁମିନିୟମର ସ୍ଥାୟୀ ବିକାଶ ରିପୋର୍ଟ ଓ ଟିସିଏଫ୍‌ଡି ରିପୋର୍ଟ ଉନ୍ମୋଚନ କରି ଆମେ ବେଶ୍‌ ଆନନ୍ଦିତ । ବିଶେଷକରି ଏକ ନେଟ୍‌ ଜିରୋ ଜଳବାୟୁ ସ୍ଥିର ଆଲୁମିନିୟମ ବ୍ୟବସାୟ ପାଇଁ ଆମର ସଂକଳ୍ପ ଓ ଆମେ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ, ଯାହା ପରିବେଶ ପରିବର୍ତ୍ତନ ଉପରେ ବେଶ୍‌ ନିର୍ଭରଶୀଳ ହୋଇପଡ଼ିଛି। ତେଣୁ ଅକ୍ଷୟ ଶକ୍ତି ବ୍ୟବହାର, ଅଙ୍ଗାରକାମ୍ଳ ହ୍ରାସ, ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ବିଶେଷ ଧ୍ୟାନ ଦେଇ ଆମେ ମିଶନ ୨୦୩୦ ଓ ୨୦୫୦ ସୁଦ୍ଧା ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଆଶାୟୀ ରହିଛୁ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri