ଗୋଷ୍ଠୀ କୈନ୍ଦିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୬।୯ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ‘ଆଇଡିଏଟ୍‌ର ୧୩ତମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଦସରା ସହଭାଗିତାରେ ବିଆଇପିଏଫ୍‌ର ବାର୍ଷିକ ସମ୍ମିଳନୀ (ଆଇଡିଏଟ୍‌-୨୦୨୪) ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ‘ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ କୈନ୍ଦିକ ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆହ୍ବାନଗୁଡ଼ିକର ସମାଧାନ ଓ ଜଳବାୟୁ ଅନୁକୂଳନ ଉପରେ ବିସ୍ତୃତ ଭାବେ ଗୁରୁତ୍ୱାରୋପ କରିଥିବାବେଳେ ତୃଣମୂଳସ୍ତରରେ ଲୋକମାନଙ୍କୁ ସଶକ୍ତ କରିବା ନିମନ୍ତେ ରୂପାନ୍ତରିତ ରଣନୀତିର ଅନ୍ବେଷଣ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ନୀତି ପ୍ରସ୍ତୁତକର୍ତ୍ତା ଓ ନେତୃମଣ୍ଡଳୀକୁ ଏ ଦିଗରେ ବିଚାର କରିବାକୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି।
ଏ ସମ୍ପର୍କରେ ବିଆଇପିଏଫ୍‌ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା ସ୍ବାଗତ ଅଭିଭାଷଣ ସହ ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ ଗଠନରେ ଅନ୍ତର୍ଭୁକ୍ତକାରୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅପରପକ୍ଷରେ ବୋଷ୍ଟନ୍‌ ୟୁନିଭର୍ସିଟି ଫର୍‌ ଗ୍ଲୋବାଲ ସଷ୍ଟେନେବିଲିଟିର ନିର୍ଦ୍ଦେଶକ ବେଞ୍ଜାମିନ ସୋଭାକୁଲ କହିଥିଲେ, ଏସିଆ ମହାଦେଶର ଲୋକମାନେ ପ୍ରକୃତି ଆଧାରିତ, ସଂସ୍ଥାଗତ ଓ ସୂଚନାମତ୍କ ଜଳବାୟୁ ଅନୁକୂଳନର ନୂତନ ଓ ଅଭିନବ ସ୍ବରୂପକୁ ସଞ୍ଚାଳିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ସେହିଭଳି ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ରେନ୍‌ମେଟର ଫାଉଣ୍ଡେଶନର ସିଇଓ ସମୀର ସିସୋଡିଆ, ମାକଆର୍ଥର୍‌ ଫାଉଣ୍ଡେଶନ ଡେପୁଟି ଡାଇରେକ୍ଟର (ଭାରତ) ଜର୍ନେଲ ସିଂ, ସ୍କୋରାଟସ୍‌ ଫାଉଣ୍ଡେଶନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେବଜିତ୍‌ ମିତ୍ରା,ସମ୍ଭବର ସହ-ପ୍ରତିଷ୍ଠାତା ପଦ୍ମଶ୍ରୀ ସାବରମତି ଏବଂ ସମ୍ବାଦ ଗ୍ରୁପ୍‌ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲାବେଳେ ଦସରା କ୍ଲାଇମେଟ୍‌ ରାଇଜ୍‌ର ନିର୍ଦ୍ଦେଶିକା ପର୍ନଶା ବାନାର୍ଜୀ ଏହି ଆଲୋଚନାଚକ୍ର ପରିଚାଳନା କରିଥିଲେ। ସେହିପରି ଏହି ଆଲୋଚନାଚକ୍ରର ୨ୟ ଅଧିବେଶନରେ ମହିଳା ହାଉସିଂ ଟ୍ରଷ୍ଟର ନିର୍ଦ୍ଦେଶିକା ବିଜଲ ବ୍ରହ୍ମଭଟ୍ଟ ଏବଂ ଜଳବାୟୁ ଚାମ୍ପିୟନ୍‌ ମଧୁସ୍ମିତା ପରିଡ଼ାଙ୍କ ମଧ୍ୟରେ ଜଳବାୟୁ ସ୍ଥାୟିତ୍ୱକୁ ନେଇ ଏକ ସରଗରମ ଆଲୋଚନା ହୋଇଥିଲାବେଳେ ୟୁଏନ୍‌ଡିପି ଇଣ୍ଡିଆ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଡ. ଆଭା ମିଶ୍ର ଉକ୍ତ ଆଲୋଚନାଚକ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri