ଗୋଷ୍ଠୀ ବିକାଶକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୬।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ବେଦାନ୍ତ ଗ୍ରୁପର ସହଯୋଗୀ କମ୍ପାନୀ ବେଦାନ୍ତ ସେସାଗୋଆର ଆଇରନ ଓର ଓଡ଼ିଶା ପକ୍ଷରୁ ପ୍ରୋଜେକ୍ଟ ନିର୍ମଳ ମାଧ୍ୟମରେ ସୁନ୍ଦରଗଡ ଜିଲା ନାଡିଡିହି ଅଞ୍ଚଳର ୩ଟି ବିଦ୍ୟାଳୟ ଏବଂ ତିନୋଟି ଅଙ୍ଗନୱାଡି କେନ୍ଦ୍ରକୁ ଆରଓ ୱାଟର ପ୍ୟୁରିଫାୟର ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଉକ୍ତ ସାମଗ୍ରୀ ପ୍ରଦାନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବେଦାନ୍ତ ଲିମିଟେଡର ଆଇରନ ଓର ଓଡିଶା ସିଇଓ ଜୋସେଫ କୋଏଲହୋ ଏବଂ ଆଇରନ ଓର ଓଡିଶାର ସିଏସଆର ମୁଖ୍ୟ ପ୍ରିୟଦର୍ଶିନୀ ମାଥ୍ୟୁଙ୍କ ଉପସ୍ଥିତିରେ ଆରଓ ୱାଟର ପ୍ୟୁରିଫାୟରକୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। କମ୍ପାନୀର ଏଭଳି ପଦକ୍ଷେପକୁ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ଏବଂ ବିଦ୍ୟାଳୟ କର୍ମଚାରୀଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ (ବେଦାନ୍ତ ସେସାଗୋଆ)ର ଆଇରନ ଓର ଓଡ଼ିଶା ସିଇଓ ଜୋସେଫ କୋଏଲହୋ କହିଥିଲେ, ଆମେ ଆମର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛୁ। ଏପରିକି ଆମ ଚାରିପାଖ ଗୋଷ୍ଠୀଙ୍କର ସାମଗ୍ରିକ ବିକାଶ ପାଇଁ ମଧ୍ୟ ଆମେ ପ୍ରତଶ୍ରୁତିବଦ୍ଧ। ବିଶେଷ କରି ସ୍ବାସ୍ଥ୍ୟ ଏବଂ ଗୋଷ୍ଠୀର ବିକାଶ କାର୍ଯ୍ୟକ୍ରମ ଆମର ଏକ ପ୍ରମୁଖ କ୍ଷେତ୍ର ହୋଇଥିତ୍ବା ବେଳେ ଏହି ପଦକ୍ଷେପ ଆମ ପ୍ଲାଣ୍ଟ ଅଞ୍ଚଳର ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ସୁବିଧା ସୁଦୃଢ଼ କରିବା ଆମର ପ୍ରୟାସରେ ଏକ ପଦକ୍ଷେପ।
ସୂଚନାଯୋଗ୍ୟ, ବେଦାନ୍ତ ରିସୋର୍ସ ଲିମିଟେଡର ସହାୟକ କମ୍ପାନୀ ବେଦାନ୍ତ ଲିମିଟେଡ ହେଉଛି ବିଶ୍ୱର ଅଗ୍ରଣୀ ଜୈଳ ଏବଂ ଗ୍ୟାସ ଓ ଧାତୁ କମ୍ପାନୀ, ଯାହାକି ତୈଳ ଏବଂ ଗ୍ୟାସ, ଜିଙ୍କ, ଲେଡ, ରୁପା, ତମ୍ବା, ଲୁହାପଥର, ଇସ୍ପାତ, ଏବଂ ଆଲୁମିନିୟମ ତଥା ପାୱାର ଆଦି କ୍ଷେତ୍ରରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରେ କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri