Categories: ବାଣିଜ୍ୟ

ଗ୍ରାହକ ଚାହିଦାକୁ ଗୁରୁତ୍ୱ

ଭୁବନେଶ୍ୱର,୬।୪: କ୍ରମାଗତ ୧୫ବର୍ଷ ଧରି ୧ ନମ୍ବର ତଥା ସର୍ବଭାରତୀୟସ୍ତରରେ ପ୍ରମୁଖ ଉପକରଣ ବ୍ରାଣ୍ଡ୍‌ ଭାବେ ହାୟର ବଜାରରେ ତା’ର ସ୍ଥିତି ସୁଦୃଢ଼ କରିଆସିଛି। ହେକ୍‌ଜା ଇନ୍‌ଭର୍ଟର ପ୍ରଯୁକ୍ତି ସହ ସୁପର ହେଭି ଡ୍ୟୁଟି ରେଞ୍ଜର ଉପତ୍ାଦ ବଜାରକୁ ଆଣିଛି। ଏହି ନୂତନ ରେଞ୍ଜ ୨୦ଗୁଣା ଦ୍ରୁତ କୁଲିଂ ଅଭିଜ୍ଞତା ପ୍ରଦାନ କରିବା ସହ ୬୫% ପର୍ଯ୍ୟନ୍ତ ଶକ୍ତି ସଞ୍ଚୟ କରିଥାଏ। ଏପରିକି ଗ୍ରାହକ ଅନୁପ୍ରାଣିତ ଉଦ୍ଭାବନକୁ କେନ୍ଦ୍ରକରି ବ୍ରାଣ୍ଡ୍‌ ତା’ର ସମସ୍ତ ଉପତ୍ାଦ ପ୍ରସ୍ତୁତ କରୁଛି। ଏଥିରେ ରଖାଯାଇଥିବା ହେକ୍‌ଜା ଇନ୍‌ଭର୍ଟର ପ୍ରଯୁକ୍ତି ସୁପରସୋନିକ କୁଲିଂ ଦକ୍ଷତା ଆଣିବାରେ ସକ୍ଷମ ହୋଇଥିବାବେଳେ ମାତ୍ର ୧୦ ସେକେଣ୍ଡରେ ଫ୍ରଷ୍ଟ ସେଲ୍‌ଫ କ୍ଲିନ୍‌ ଟେକ୍‌ନୋଲୋଜି ଓ ଇଣ୍ଟେଲି କନ୍‌ଭର୍ଟେବଲ ୭ଇନ ୧ଭଳି ଉନ୍ନତ ପ୍ରଯୁକ୍ତିକୁ ନେଇ ଏହା ଗଠିତ ହୋଇଛି। ଏ ନେଇ ହାୟର ଆପ୍ଲାଏନ୍‌ସ ଇଣ୍ଡିଆର ଅଧ୍ୟକ୍ଷ ଏନ୍‌.ଏସ୍‌. ସତୀଶ କହିଛନ୍ତି, ହାୟରରେ ଆମେ ଅଭିନବ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ଉପତ୍ାଦକୁ ଡିଜାଇନ କରିଛୁ,ଯାହା ଆମ ଗ୍ରାହକଙ୍କ ଜୀବନକୁ ଅଧିକ ସ୍ମାର୍ଟ, ସୁବିଧାଜନକ ଓ ଆରାମଦାୟକ କରିଥାଏ। ବିଶେଷକରି ପ୍ରଚଣ୍ଡ ଗ୍ରୀଷ୍ମଋତୁ ଉପଯୋଗୀ ଏହି ଉପତ୍ାଦ ଅଧିକ ଆରାମ, ବିଶ୍ୱସନୀୟତା ଓ କାର୍ଯ୍ୟଦକ୍ଷ ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି। ଏପରିକି ଆମେ ସର୍ବଦା ଗ୍ରାହକଙ୍କ ଚାହିଦା ପୂରଣ ଲାଗି ସଜାଗ ରହିଛୁ ଓ ୨୦୨୪ରେ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଲକ୍ଷ୍ୟ ରଖିଛୁ। ସେହିଭଳି ବର୍ଷ ବର୍ଷ ଧରି ଗ୍ରାହକଙ୍କ ମନରେ ବିଶ୍ୱାସଭାଜନ ହୋଇଆସିଅଛି। ବିଶେଷକରି ବ୍ରାଣ୍ଡ୍‌ର ଅଭିନବ ଓ ନୂଆ ପରିସର କମ୍ପାନୀର ସ୍ଥିତିକୁ ମଜଭୁତ କରିବା ଓ ଭାରତରେ ଏୟାର କଣ୍ଡିସନ ବର୍ଗରେ ଅଭିବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଥିବା କଥା ସେ ବିସ୍ତୃତ ଭାବେ କହିଛନ୍ତି।

Share