ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୯।୨: ବର୍ତ୍ତମାନର ଭୌଗୋଳିକ ପରିସ୍ଥିତି ମଧ୍ୟରେ ବିଶ୍ୱ ଅର୍ଥନୀତି ଏକ ପ୍ରକାର ଅସ୍ଥିର ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ନିରନ୍ତର ଭାବେ ମଜଭୁତ ଦିଗରେ ଅଗ୍ରସର ହେଉଛି ବୋଲି ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ କୁହାଯାଇଛି। ଏପରିକି ସଂସ୍ଥାର ଅର୍ଥନୈତିକ ଧାରା ଏବଂ ଅନ୍ତର୍ଦୃଷ୍ଟି ଉପରେ ନଜର ରଖୁଥିବା ମାସିକ ରିପୋର୍ଟ ‘ନେତ୍ର’ର ଚଳିତ ସଂସ୍କରଣରେ ଏଭଳି ଉଲ୍ଲେଖ କରାଯାଇଛି। ଉକ୍ତ ରିପୋର୍ଟରେ ଅର୍ଥନୀତିକୁ ନେଇ ଅନେକ କିଛି ସମ୍ଭାବନା ଗୁରୁତ୍ୱର ସହ ପ୍ରକାଶ କରାଯାଇଛି। ସେହିଭଳି ଭାରତର ହାଇ ଫ୍ରିକ୍ୱେନ୍ସି ସଙ୍କେତଗୁଡ଼ିକ ମଜଭୁତ ରହିଛି। ସେଥିମଧ୍ୟରେ ସୁଦୃଢ଼ ଜିଏସ୍‌ଟି ସଂଗ୍ରହ, ରେକର୍ଡ ପରିମାଣର ପେଟ୍ରୋଲିୟମ ଉପତ୍ାଦ ବିକ୍ରି (ବ୍ୟବହାରର ଏକ ଛାୟା), ଇଲେକ୍‌ଟ୍ରୋନିକ ଟୋଲ୍‌ (ଫାସ୍‌ଟାଗ୍‌ ସମେତ) ସଂଗ୍ରହ ଆଦି ଦମ୍‌ଦାର ଅର୍ଥନୈତିକ କାର୍ଯ୍ୟକଳାପ ସହ ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ସେହିପରି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଏମ୍‌ଏସ୍‌ସିଆଇ ଏମର୍ଜିଂ ଇଣ୍ଡେକ୍ସ ମାର୍କେଟରେ ୨୬% ବୃଦ୍ଧି ଘଟିଥିବା ବେଳେ ନିଫ୍‌ଟି ଇଣ୍ଡେକ୍ସରେ ସମ୍ପ୍ରତି ବିନା ହ୍ରାସ ବୃଦ୍ଧି ପ୍ରଦର୍ଶନ ପରିଣାମରେ ଭାରତ ତା’ର ସମକକ୍ଷ ବିକାଶଶୀଳ ବଜାରଗୁଡ଼ିକ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏପରିକି ଯେଉଁ ଉଚ୍ଚ ମୂଲ୍ୟାୟନ ପ୍ରିମିୟମ ହାସଲ କରିଥିଲା, ତାହା ବର୍ତ୍ତମାନ ସମୟରେ ହ୍ରାସ ହୋଇଚାଲିଛି। ଅପରପକ୍ଷରେ ବଣ୍ଡ ମାର୍କେଟରେ ସୁଯୋଗ ଅଧିକ ରହିଛି। ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ଯେତେବେଳେ ସୁଧହାର ବୃଦ୍ଧି କରିଛି, ସେତେବେଳେ କର୍ପୋରେଟ ବଣ୍ଡ୍‌ର ପରିବ୍ୟାପ୍ତି ଊର୍ଦ୍ଧ୍ୱମୁଖୀ ହୋଇଛି। ଏହି ଆର୍ଥିକ ନୀତି ସର୍ବନିମ୍ନ ହାନିକାରକ, ତା’ର କାରଣ ହେଉଛି ସୁଧହାର ପୂର୍ବ ଚକ୍ରଗୁଡ଼ିକ ଭଳି ସେଭଳି ଅଧିକ ନୁହେଁ, ଲିକ୍ୱିଡିଟି ସ୍ଥିତି ଉନ୍ନତ ଏବଂ ପୂର୍ବ ସୁଧ ବୃଦ୍ଧି ପ୍ରକ୍ରିୟା ତୁଳନାରେ ଭଲ ରହିଛି। ଏ ସମ୍ପର୍କରେ ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ମାର୍କେଟ ଷ୍ଟ୍ରାଟେଜିଷ୍ଟ ଏବଂ ହେଡ୍‌ ଅଫ୍‌ ପ୍ରଡକ୍ଟସ ସାହିଲ କପୁର କହିଛନ୍ତି, ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଦୀର୍ଘାବଧି ଉପାର୍ଜନ ଗ୍ରାଫ୍‌ ନିରନ୍ତର ଆକର୍ଷଣୀୟ ରହିଛି। ପ୍ରତୀକ୍ଷାରତ ନିବେଶକମାନେ ପ୍ରଯୁକ୍ତି କ୍ଷେତ୍ରରେ ଏହି ମୂଲ୍ୟାୟନ ଏବଂ ମୂଲ୍ୟଗତ ସଂଶୋଧନ ଅବସରରେ କ୍ରୟ କରିବାକୁ ଏକ ଉତ୍ତମ ସୁଯୋଗ ପାଇବା ସମ୍ଭାବନା ରହିଛି। ସେହିଭଳି ୨୦୨୩ରେ ଇକ୍ୱିଟି ମାର୍କେଟ ନିମନ୍ତେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ସାହିଲ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri