ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୯।୨: ବର୍ତ୍ତମାନର ଭୌଗୋଳିକ ପରିସ୍ଥିତି ମଧ୍ୟରେ ବିଶ୍ୱ ଅର୍ଥନୀତି ଏକ ପ୍ରକାର ଅସ୍ଥିର ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ନିରନ୍ତର ଭାବେ ମଜଭୁତ ଦିଗରେ ଅଗ୍ରସର ହେଉଛି ବୋଲି ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ କୁହାଯାଇଛି। ଏପରିକି ସଂସ୍ଥାର ଅର୍ଥନୈତିକ ଧାରା ଏବଂ ଅନ୍ତର୍ଦୃଷ୍ଟି ଉପରେ ନଜର ରଖୁଥିବା ମାସିକ ରିପୋର୍ଟ ‘ନେତ୍ର’ର ଚଳିତ ସଂସ୍କରଣରେ ଏଭଳି ଉଲ୍ଲେଖ କରାଯାଇଛି। ଉକ୍ତ ରିପୋର୍ଟରେ ଅର୍ଥନୀତିକୁ ନେଇ ଅନେକ କିଛି ସମ୍ଭାବନା ଗୁରୁତ୍ୱର ସହ ପ୍ରକାଶ କରାଯାଇଛି। ସେହିଭଳି ଭାରତର ହାଇ ଫ୍ରିକ୍ୱେନ୍ସି ସଙ୍କେତଗୁଡ଼ିକ ମଜଭୁତ ରହିଛି। ସେଥିମଧ୍ୟରେ ସୁଦୃଢ଼ ଜିଏସ୍‌ଟି ସଂଗ୍ରହ, ରେକର୍ଡ ପରିମାଣର ପେଟ୍ରୋଲିୟମ ଉପତ୍ାଦ ବିକ୍ରି (ବ୍ୟବହାରର ଏକ ଛାୟା), ଇଲେକ୍‌ଟ୍ରୋନିକ ଟୋଲ୍‌ (ଫାସ୍‌ଟାଗ୍‌ ସମେତ) ସଂଗ୍ରହ ଆଦି ଦମ୍‌ଦାର ଅର୍ଥନୈତିକ କାର୍ଯ୍ୟକଳାପ ସହ ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ସେହିପରି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଏମ୍‌ଏସ୍‌ସିଆଇ ଏମର୍ଜିଂ ଇଣ୍ଡେକ୍ସ ମାର୍କେଟରେ ୨୬% ବୃଦ୍ଧି ଘଟିଥିବା ବେଳେ ନିଫ୍‌ଟି ଇଣ୍ଡେକ୍ସରେ ସମ୍ପ୍ରତି ବିନା ହ୍ରାସ ବୃଦ୍ଧି ପ୍ରଦର୍ଶନ ପରିଣାମରେ ଭାରତ ତା’ର ସମକକ୍ଷ ବିକାଶଶୀଳ ବଜାରଗୁଡ଼ିକ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏପରିକି ଯେଉଁ ଉଚ୍ଚ ମୂଲ୍ୟାୟନ ପ୍ରିମିୟମ ହାସଲ କରିଥିଲା, ତାହା ବର୍ତ୍ତମାନ ସମୟରେ ହ୍ରାସ ହୋଇଚାଲିଛି। ଅପରପକ୍ଷରେ ବଣ୍ଡ ମାର୍କେଟରେ ସୁଯୋଗ ଅଧିକ ରହିଛି। ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ଯେତେବେଳେ ସୁଧହାର ବୃଦ୍ଧି କରିଛି, ସେତେବେଳେ କର୍ପୋରେଟ ବଣ୍ଡ୍‌ର ପରିବ୍ୟାପ୍ତି ଊର୍ଦ୍ଧ୍ୱମୁଖୀ ହୋଇଛି। ଏହି ଆର୍ଥିକ ନୀତି ସର୍ବନିମ୍ନ ହାନିକାରକ, ତା’ର କାରଣ ହେଉଛି ସୁଧହାର ପୂର୍ବ ଚକ୍ରଗୁଡ଼ିକ ଭଳି ସେଭଳି ଅଧିକ ନୁହେଁ, ଲିକ୍ୱିଡିଟି ସ୍ଥିତି ଉନ୍ନତ ଏବଂ ପୂର୍ବ ସୁଧ ବୃଦ୍ଧି ପ୍ରକ୍ରିୟା ତୁଳନାରେ ଭଲ ରହିଛି। ଏ ସମ୍ପର୍କରେ ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ମାର୍କେଟ ଷ୍ଟ୍ରାଟେଜିଷ୍ଟ ଏବଂ ହେଡ୍‌ ଅଫ୍‌ ପ୍ରଡକ୍ଟସ ସାହିଲ କପୁର କହିଛନ୍ତି, ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଦୀର୍ଘାବଧି ଉପାର୍ଜନ ଗ୍ରାଫ୍‌ ନିରନ୍ତର ଆକର୍ଷଣୀୟ ରହିଛି। ପ୍ରତୀକ୍ଷାରତ ନିବେଶକମାନେ ପ୍ରଯୁକ୍ତି କ୍ଷେତ୍ରରେ ଏହି ମୂଲ୍ୟାୟନ ଏବଂ ମୂଲ୍ୟଗତ ସଂଶୋଧନ ଅବସରରେ କ୍ରୟ କରିବାକୁ ଏକ ଉତ୍ତମ ସୁଯୋଗ ପାଇବା ସମ୍ଭାବନା ରହିଛି। ସେହିଭଳି ୨୦୨୩ରେ ଇକ୍ୱିଟି ମାର୍କେଟ ନିମନ୍ତେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ସାହିଲ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବେ ସରକାର;ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରୟାସ

ନୂଆଦିଲ୍ଲୀ,୨୬।୬ : କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ...

ଏଫ୍‌ବିବିର ଏଭ୍ରି ଫ୍ରାଇଡେ ଇଜ୍‌ ଏ ଟ୍ରାଏ ଡେ;ଫ୍ୟାଶନ କ୍ରୟରେ ଦେଉଛି ରିହାତି

ଭୁବନେଶ୍ୱର,୭-୬: ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ‘ଏଭ୍ରି ଫ୍ରାଇଡେ ଇଜ୍‌ ଏ ଟ୍ରାଏ ଡେ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ...

ପହିଲାରୁ ବଦଳିବାକୁ ଯାଉଛି ବ୍ୟାଙ୍କିଂ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ,୨୦।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ନୂଆ ବର୍ଷ ଆରମ୍ଭର ପ୍ରଥମ ଦିନରୁ ବ୍ୟାଙ୍କିଂ ସହ ଜଡ଼ିତ କାମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା...

ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି ହୋଣ୍ଡା

ନୂଆଦିଲ୍ଲୀ,୧୦।୭: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଗ୍ରାହକଙ୍କ ଲାଗି ଖୁଚୁରା ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଚୋଳମଣ୍ଡଳମ୍‌...

ତୃତୀୟ ଥର ଲାଗି ଘୁଞ୍ଚିଲା ଏୟାର ଇଣ୍ଡିଆ ବିଡିଂ

ନୂଆଦିଲ୍ଲୀ,୨୯।୬ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ...

ରଜାକ୍‌ଙ୍କୁ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଏସିଆ ଆଓ୍ବାର୍ଡ’

ନୂଆଦିଲ୍ଲୀ,୨୫ା୩: ଦେଶର ପ୍ରମୁଖ ଫୁଟ୍‌ଓ୍ବେର ବ୍ରାଣ୍ଡ୍‌ ତଥା ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ୍‌ଙ୍କୁ ନିକଟରେ ସମ୍ମାନଜନକ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଏସିଆ ଆଓ୍ବାର୍ଡ’ପ୍ରଦାନ...

ଏକ ଟ୍ରିଲିଅନ୍‌ ଟଙ୍କା ରାଜସ୍ବର ହେବ ପୁନରୁଦ୍ଧାର

ମୁମ୍ବାଇ ,୪ା୭: ୱିଣ୍ଡଫଲ୍‌ ଟ୍ୟାକ୍ସ ବଳରେ ଭାରତ ମଧ୍ୟରେ ଉତ୍ପାଦିତ ତୈଳ ଏବଂ ବିଦେଶକୁ ରପ୍ତାନି ହୋଇଥିବା ଇନ୍ଧନ ଉପରେ ଲାଗୁ ଟିକସ ସମୁଦାୟ ରାଜସ୍ବର ଚତୁର୍ଥାଂଶରୁ...

ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍‌ସନ୍‌ ସ୍କିମ୍‌; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ

ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ସନ୍‌ ସ୍କିମ୍‌ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ...

Advertisement
Archives

Model This Week