Categories: ବାଣିଜ୍ୟ

ବ୍ୟବସାୟିକ ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧।୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀଶ କର୍ନାଟକ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ୟୁନିଟ୍‌ର ବିଭିନ୍ନ ଦିଗ ଓ ବ୍ୟାଙ୍କର କାରବାର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି କର୍ନାଟକ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ବିଓଆଇର ଷ୍ଟାର ହାଉସ୍‌କୁ ପରିଦର୍ଶନ କରିବା ସହ ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌(ଏନ୍‌ବିଜି) ଓଡ଼ିଶା ଏବଂ ବିଓଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସମ୍ବୋଧନ କରି ରାଜ୍ୟ ଏବଂ ବ୍ୟାଙ୍କରେ ବ୍ୟବସାୟିକ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଏନ୍‌ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା, ଏନ୍‌ବିଜି ଓଡ଼ିଶାର ଉପ-ମହାପ୍ରବନ୍ଧକ ରବୀନ୍ଦ୍ରନାଥ ସରକାର, ବିଓଆଇ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଏସ୍‌. ମଳୟ ଦାସ, ବାରିପଦା ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରମେଶ ଚନ୍ଦ୍ର ଦାସ, କେନ୍ଦୁଝର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ହିମାନ୍ଦ୍ରି ଶେଖର ଦାସ ଏବଂ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଶ୍ରୀଜିତ୍‌ ଶଙ୍କର ବେହେରାଙ୍କ ସମେତ ସମସ୍ତ ୪ଟି ଅଞ୍ଚଳର ଉପ-ଆଞ୍ଚଳିକ ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଅଫିସର୍ସ ଆସୋସିଏସନ ଏବଂ ଏମ୍ପ୍ଲୟିଜ୍‌ ୟୁନିୟନ କର୍ନାଟକଙ୍କୁ ସ୍ବାଗତ ଜଣାଇଥିଲେ।

Share