ସୀମା ଚିହ୍ନଟ ଉପରେ ଗୁରୁତ୍ୱ ଦେଲେ କମିବ ବିବାଦ

ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ମକା ଚାଷ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ଜମିରେ ମକାଚାଷକୁ ଆଧାର କଲେ ଏହାର ପରିମାଣ ଅଧିକ ହେବ। ମକା ଚାଷ ଯୋଗୁ ଜିଲାରେ ଠିକଣା ସମୟରେ ଚାଷିଙ୍କୁ ୟୁରିଆ ଅଭାବ ଦେଖା ଦେଉଛି। ମକା ଗଛ ଅଧିକ ସାର ଗ୍ରହଣ କରିଥାଏ। ଅନ୍ୟ ପକ୍ଷରେ ଜଙ୍ଗଲ ଜମିରେ ମକା ଚାଷ ପାଇଁ ବିଭିନ୍ନ ଗାଁ ଗହଳିରେ ସାହୁକାରମାନେ ବିହନ, ସାର ଯୋଗାଇବା ସହ ଜଙ୍ଗଲ ମୂଳକର ଚାଷିଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି। ଅମଳ ହେଲେ ସାହୁକାର ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ମକା କିଣି ଲାଭବାନ ହେଉଛନ୍ତି। ଜଙ୍ଗଲ ଜମି ଅଞ୍ଚଳରେ ମକା ଚାଷ ବୃଦ୍ଧି ଘଟିବା ଓ ଜଙ୍ଗଲ ନଷ୍ଟ ହେବାର ଏହା ଏକ ମୁଖ୍ୟ କରାଣ ସାଜିଛି ।
ଜଙ୍ଗଲଜମି ସତ୍ତ୍ୱାଧିକାର ଆଇନ ଆସିବା ପରେ ପଟ୍ଟା ପାଇବା ଓ ଜମି ଅକ୍ତିଆର ପାଇଁ ମଧ୍ୟ ଜଙ୍ଗଲ କଟିଛି। ବିଶେଷ ଭାବେ ଜିଲାର ରାଇଘର, ଝରିଗାଁ ଓ ଉମରକୋଟ ଅଞ୍ଚଳରେ ଜଙ୍ଗଲ ଅଧିକ ମାତ୍ରାରେ ନଷ୍ଟ ହେବାସହ ମକା ଫସଲ ବୃଦ୍ଧି ପାଇଛି। ଉପରୋକ୍ତ ୩ ବ୍ଲକରେ ନିର୍ଦ୍ଧିଷ୍ଟ କେତେକ ରାଜନୈତିକ ଦଳର ଟାଣୁଆ ଲୋକ ଜଙ୍ଗଲ ଜମିରେ ଶତାଧିକ ଏକର ମକା ଚାଷ ପାଇଁ ଅର୍ଥ ଲଗାଇ ବ୍ୟବସାୟ କରୁଛନ୍ତି। ଜଙ୍ଗଲଗୁଡିକର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ସୀମା ଚିହ୍ନଟ କରାଯାଇ ପାରୁ ନାହିଁ। ସେହିଭଳି ସରକାରଙ୍କ ଆଇନ ଓ ନିର୍ଦ୍ଦେଶ ପରେ ଜଙ୍ଗଲ ଜମି ସତ୍ତ୍ୱାଧିକାର ନିୟମ ଅନୁଯାୟୀ ଦଖଲ ଚାଷୀକୁ ପଟ୍ଟା ପ୍ରଦାନ କରାଯାଇଛି। ସେମାନଙ୍କୁ ତାଙ୍କର ଜମି ପରିସୀମା ଚିହ୍ନଟ କରାଯାଇ ପାରୁନାହିଁ। ଜଙ୍ଗଲ ଜମିରେ ପଟ୍ଟାପାଇ ବସତି ସ୍ଥାପନ କରିଥିବା ଗାଁକୁ ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌ ସଂଯୋଗୀକରଣ ହୋଇପାରୁନାହିଁ। ଗାଁକୁ ଶିକ୍ଷା ବ୍ୟବସ୍ଥା ମଧ୍ୟ ଦୂରେଇ ଯାଉଛି। ଶିକ୍ଷା ଓ ସଚେତନ ଅଭାବରେ ଅନେକ କିଛି ହରାଇ ବସୁଛନ୍ତି ବନବାସୀ। ଦୀର୍ଘ ୧୫ ବର୍ଷ ହେବ ଜିଲାରେ ଜଙ୍ଗଲ ଜମି ବିବାଦ କୌଣସି ନା କୌଣସି ଗାଁରେ ଲାଗି ରହିଛି। ମୁଖ୍ୟ କାରଣ ହେଉଛି ସୀମା ଚିହ୍ନଟ । ଜଙ୍ଗଲ, ରାଜସ୍ବ ବିଭାଗ ଓ ପ୍ରଶାସନ ପକ୍ଷରୁ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ଜିଲା ପ୍ରଶାସନ ନିଜ ଅଧୀନରେ ଥିବା ସମସ୍ୟା ସମାଧାନ କରି ସରକାରଙ୍କ ଅଧୀନରେ ରହିଥିବା କାର୍ଯ୍ୟକୁ ତୁରନ୍ତ ସୁପାରିଶ କରିବା ସହ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଲେ ଜିଲାରେ ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ଆଶୁ ସମାଧାନ ହୋଇପାରିବ। ଅନ୍ୟ ପକ୍ଷରେ ସାହୁକାରଙ୍କ ଅର୍ଥ ଲଗାଣ ଉପରେ ରୋକ ଲଗାଗଲେ ଜଙ୍ଗଲ ଜମିରେ ମକା ଚାଷ ଦିନକୁ ଦିନ ବୃଦ୍ଧି ପାଇବା ଓ ଜଙ୍ଗଲ ନଷ୍ଟ ହେବା କମିବ ବୋଲି ମତ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri