୧୩ ଘଣ୍ଟା ଆକାଶରେ ଉଡିବା ପରେ ଯେଉଁଠୁ ଟେକଅପ୍ କରିଥିଲା ସେଇଠି ଲ୍ୟାଣ୍ଡ କଲା ଏମିରେଟ୍ସ ବିମାନ

ଦୁବଇ,୩୧ ।୧: ନ୍ୟୁଜିଲ୍ୟାଣ୍ଡ ଯିବାକୁ ଥିବା ଏମିରେଟ୍ସର ଏକ ବିମାନ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦୁବଇରୁ ଉଡାଣ ଆରମ୍ଭ କରିଥିଲା, ହେଲେ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିବା ପରେ ବିମାନଟି ଏକ ଅସାମାନ୍ୟ କାରଣ ଯୋଗୁ ପୁଣିଥରେ ସେହି ବିମାନ ବନ୍ଦରରେ ଅବତରଣ କରିଥିଲା । ଫକ୍ସ ନ୍ୟୁଜର ଏକ ରିପୋର୍ଟରୁ ଏହା ଜଣାପଡିଛି ।

ଏମିରେଟ୍ସ ଫ୍ଲାଇଟ ଇକେ୪୪୮ ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୦ଟା ୩୦ରେ ଟେକଅପ୍ କରିଥିଲା । ଫ୍ଲାଇଟ ଆଭେୟାର ଅନୁଯାୟୀ, ପାଇଲଟ ପ୍ରାୟ ୯୦୦୦ ମାଇଲ ଯାତ୍ରା ପରେ ପାଇଲଟ ଅଧାରାସ୍ତାରୁ ୟୁ-ଟର୍ଣ୍ଣ ନେଇଥିଲେ । ବିମାନଟି ଶେଷରେ ଶନିବାର ରାତିରେ ପୁଣିଥରେ ଦୁବଇରେ ଲ୍ୟାଣ୍ଡ କରିଥିଲା ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ବିମାନ ବନ୍ଦରରେ ଭୟଙ୍କର ବନ୍ୟା କାରଣରୁ ବିମାନଟି ଫେରି ଆସିଥିବା କୁହାଯାଉଛି । ବନ୍ୟା ଯୋଗୁ ସପ୍ତାହ ଶେଷରୁ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଅକଲ୍ୟାଣ୍ଡ ବିମାନ ବନ୍ଦରର ଅଧିକାରୀ ଟୁଇଟ କରି କହିଛନ୍ତି, ଏହା ଅତ୍ୟନ୍ତ ନିରାଶଜନକ, ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି, ଅକଲ୍ୟାଣ୍ଡ ବିମାନ ବନ୍ଦର ଆମର ଅନ୍ତରାଷ୍ଟ୍ରୀୟ ଟର୍ମିନାଲର କ୍ଷୟକ୍ଷତିର ଆକଳନ କରୁଛି । ଦୁର୍ଭାଗ୍ୟ ବଶତଃ ଏହି ନିଷ୍ପତ୍ତି ନିଆଯାଇଛି କି ଏବେ କୌଣସି ଅନ୍ତରାଷ୍ଟ୍ରୀୟ ବିମାନ ସଂଚାଳିତ ହେବ ନାହିଁ । ଆମେ ଜାଣିଛୁ ଏହା ଖୁବ୍ ନିରାଶଜନକ, ହେଲେ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri