ମାତ୍ର ୧୬ ବର୍ଷ ବୟସରେ ଘର ଛାଡିଥିବା କଙ୍ଗନା ଆଜି କୋଟିପତି ଅଭିନେତ୍ରୀ

ମୁମ୍ବାଇ: କଙ୍ଗନା ରାନାୱତ । ଆଜି ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ୧୯୮୭ ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶର ମଣ୍ଡିରେ ଜନ୍ମ ନେଇଥିଲେ କଙ୍କନା । ସେହିଠାରେ ହିଁ ତାଙ୍କ ପିଲାଦିନର ଶିକ୍ଷା ସମାପ୍ତ ହୋଇଥିଲା । କଙ୍ଗନାଙ୍କ ପିତା ଚାହୁଁଥିରେ ଝିଅ ହେଉ ଡାକ୍ତର । ହେଲେ କଙ୍ଗନାଙ୍କର ପିଲାଦିନରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା । ଦ୍ୱାଦଶ ଶ୍ରେଣୀରେ ଫେଲ ହେବା ପରେ କଙ୍ଗନା ଘର ଛାଡି ଚାଲି ଆସିଥିଲେ ଦିଲ୍ଲୀ । ସେଠାରେ ସେ ମଡଲିଂ ଆରମ୍ଭ କରିଥିଲେ ।
ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଥିବା କଙ୍ଗନା ରୁଡି, ବ୍ରେଡ ଓ ଜାମରେ ଦିନ କାଟିଛନ୍ତି । କାରଣ ଘର ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ପାଉଥିବା କଙ୍ଗନା ଅଭିନୟ ପାଇଁ ପାଗଳ ଥିବାରୁ ପ୍ରଥମେ ପ୍ରଥମେ ଥିଏଟରରେ କାମ କରୁଥିଲେ ।
ବଲିଉଡରେ ପ୍ରଥମେ ତାଙ୍କୁ ବ୍ରେକ ଦେଇଥିଲେ ନିର୍ଦ୍ଦେଶକ ମହେଶ ଭଟ୍ଟ । ମୁଭି ଗ୍ୟାଙ୍ଗଷ୍ଟରରେ ଇମ୍ରାନ ହାସମି ଓ ଶାହିନି ଆହୁଜାଙ୍କ ସହ ଅଭିନୟ କରିଥିବା କଙ୍ଗନା ଆଉ ପଛକୁ ଫେରି ଦେଖି ନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ସେ ଏବେ ବଲିଉଡର ଜଣେ ସଫଳ ଅଭିନେତ୍ରୀ । ଏହାରି ଭିତରେ କିଛି ଆୱାର୍ଡ ନିଜ ନାଁରେ କରି ସାରିଛନ୍ତି ବଲିଉଡ ପଙ୍ଗା ଗର୍ଲ । ଏବେ ସେ ନିର୍ଦ୍ଦେଶନା କ୍ଷେତକୁ ବି ପାଦ ବଢାଇଛନ୍ତି ।

Share