ସଞ୍ଜୟ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ କୁଇନ କଙ୍ଗାନା ରାନାୱତ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହାର ଝଲକ ବି ସେ ଶେୟାର କରି ସାରିଛନ୍ତି । ଏହି ଫିଲ୍ମକୁ ନେଇ ଲଗାତାର କଳାକାର ଓ ଏମାନଙ୍କ ବିଷୟରେ କିଛି ନା କିଛିି ତଥ୍ୟା ସାମ୍ନାକୁ ଆସୁଛି । ଏବେ ନିକଟରେ କଙ୍ଗନା ଆଉ ଜଣେ ଅଭିନେତାଙ୍କ ସମ୍ପର୍କରେ ଜଣାଇଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମ ସହ ଜଡିତ ନୂଆ କଳାକାର ବିଶାକ ନାୟାରଙ୍କ ସମ୍ପର୍କରେ ଇଣ୍ଟ୍ରୋଡକଶନ ଦେବା ସହ ତାଙ୍କର ଫାଷ୍ଟ ଲୁକ ଜାରି କରିଛନ୍ତି ।
ବିଶାକ ଫିଲ୍ମରେ ସ୍ୱର୍ଗତ ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ତାଙ୍କର ଯେଉଁ ଫାଷ୍ଟ ଲୁକ ଶେୟାର କରିଛନ୍ତି ସେଥିରେ ତାଙ୍କର ଉଗ୍ର ରୂପ ଦେଖିବାକୁ ମିଳିଛି । ଏଥିରେ ସେ ଏକ ଗମ୍ଭିର ଚିନ୍ତାରେ ବୁଡି ରହିଥିବା ଦେଖାଯାଇଛି । ଏହି ପୋଷ୍ଟରକୁ ଶେୟାର କରି କଙ୍ଗନା ଲେଖିଛନ୍ତି, ପ୍ରତିଭାର ପାୱାର ହାଉସ ବିଶାକ ନାୟାରଙ୍କୁ ସଞ୍ଜୟ ଗାନ୍ଧୀଙ୍କ ରୂପରେ ପ୍ରସ୍ତୁତ କରୁଛି । ସଞ୍ଜୟ ଇନ୍ଦିରାଙ୍କ ଆତ୍ମା ଥିଲେ । ସେହି ଲୋକ ଯାହାକୁ ସେ ଭଲ ପାଉଥିଲେ ଓ ହରାଇ ଦେଇଥିଲେ ।
ଅନ୍ୟପଟେ ବିଶାକ ବି ତାଙ୍କ ଇନଷ୍ଟାଗ୍ରାମରେ ଫାଷ୍ଟ ଲୁକ ଶେୟାର କରି ଲେଖିଛନ୍ତି ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ସମ୍ମାନର କଥା । ଫାଷ୍ଟ ଲୁକ ଶେୟାର କରି ସେ ଲେଖିଛନ୍ତି, ବାସ୍ତବରେ ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରି ବାସ୍ତବରେ ସମ୍ମାନୀତ ବୋଧ କରୁଛି । କଙ୍ଗନା ରାନାୱତଙ୍କ ନିର୍ଦ୍ଦେଶନାରେ ଏମିତି ଏକ ଟିମ୍‌ର ଅଂଶ ହୋଇ ପାରିଥିବାରୁ ଖୁସି ଲାଗୁଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ କଙ୍ଗନା ମିଲିନ୍ଦ ସୋମନଙ୍କ ଫାଷ୍ଟ ଲୁକ ବି ଶେୟାର କରିଥିଲେ । ମିଲିନ୍ଦ ସୋମନ ଏହି ଫିଲ୍ମରେ ସୋମ ମାନକେଶଁଙ୍କ ଚରିତ୍ରରେ ନଜର ଆସିବେ । ଏପଟେ ଶ୍ରେୟସ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଚରିତ୍ରରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri