Posted inଫୁରସତ

ଏମର୍ଜେନ୍ସି ଫଣ୍ଡ

ଟଙ୍କା! ସୁଖରେ ହେଉ ଅବା ଦୁଃଖରେ, ପ୍ରତ୍ୟେକ ମଣିଷର ଟଙ୍କା ଏମିତି ଏକ ସାଥୀ ଯାହା ବିନା ଗୋଟିଏ ଦିନ ପରିକଳ୍ପନା କରିବା କଷ୍ଟ। କେତେବେଳେ ଅଧିକ ଟଙ୍କା ଧନୀ ପାଇଁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ପ୍ରତୀକ ତ କେବେ ଅଳ୍ପ ଟଙ୍କା ଦୁଃଖୀ ପାଇଁ ପେଟ ପୋଷିବାର ସାହାରା। ଆଉ ପୁଣି କେବେ ଏହା ଜରୁରିକାଳୀନ ପରିସ୍ଥିତିରେ ସାଜିଥାଏ ମଣିଷର ବଳ…

ଟଙ୍କା କାହାକୁ ବା ଲୋଡ଼ା ନାହିଁ! ହେଲେ ଟଙ୍କା ଥିଲେ ଏହାକୁ ମନଇଚ୍ଛା ଖର୍ଚ୍ଚ କରିବା ବଦଳରେ ସେଥିରୁ କିଛି ସଞ୍ଚୟ କରି ରଖିବା ଆବଶ୍ୟକ। କାରଣ ଏହା ଜରୁରିକାଳୀନ ପରିସ୍ଥିତିରେ ସବୁଠୁ ଦରକାରୀ। ଯଦି ଆପଣ ଏପର୍ଯ୍ୟନ୍ତ ଏଭଳି ଏମର୍ଜେନ୍ସି ଫଣ୍ଡ ଆରମ୍ଭ କରିନାହାନ୍ତି, ତେବେ ବିଳମ୍ବ ନ କରି ଆରମ୍ଭ କରନ୍ତୁ। କାରଣ ଏହି ସଞ୍ଚତ୍ତ ଅର୍ଥ ଅସୁବିଧା ସମୟରେ ଆପଣଙ୍କ ବେଶ୍‌ କାମରେ ଆସିବ।
କିପରି କରିବେ:
ସର୍ବପ୍ରଥମେ ଏକ ଏମର୍ଜେନ୍ସି ଫଣ୍ଡ କରିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତୁ। ନିଜର ଆୟ ଏବଂ ସମସ୍ତ ବ୍ୟୟର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ। ସବୁ ଖର୍ଚ୍ଚ ବାଦ୍‌ ଯଦି ପୂର୍ବରୁ କୌଣସି ଆର୍‌ଡି କିମ୍ବା ଅନ୍ୟ ସେଭିଂସ୍‌ ରଖୁଛନ୍ତି, ତା’ ବ୍ୟତୀତ କେତେ ଟଙ୍କା ବଳକା ରହୁଛି ତାକୁ ଏମର୍ଜେନ୍ସି ଫଣ୍ଡରେ ରଖିପାରିବେ।
ଏମର୍ଜେନ୍ସି ଫଣ୍ଡ ଥରେ ଖୋଲିବା ପରେ ସେଥିରେ କେତେ ଟଙ୍କା ପ୍ରତି ମାସରେ ଅବା ସାପ୍ତାହିକ ରଖିବେ, ସେ ନେଇ ଭଲ ଭାବେ ପ୍ଲାନିଂ କରନ୍ତୁ।
ଏମର୍ଜେନ୍ସି ଫଣ୍ଡ ପାଇଁ ଠିକ୍‌ ସମୟରେ ଟଙ୍କା ଡିପୋଜିଟ୍‌ କରିବାକୁ ଭୁଲି ଯାଉଥିଲେ ବ୍ୟାଙ୍କ୍‌ରେ ଅଟୋମେଟିକ୍‌ ପେମେଣ୍ଟ ମେଥଡ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭୁଲିଯିବାର ଟେନ୍‌ସନ୍‌ ରହିବ ନାହିଁ ଏବଂ ଯଥା ସମୟରେ ଟଙ୍କା ଡିପୋଜିଟ୍‌ ହୋଇ ଚାଲିବ।
ଏହି ଟଙ୍କାକୁ ଆପଣ ଚାହିଁଲେ କଣ୍ଟିଜେନ୍ସି ଫଣ୍ଡ ଆକାରରେ ମଧ୍ୟ ଜମା ରଖିପାରିବେ। ଏଥିରେ ସୁଧ ମଧ୍ୟ ଅଧିକ ମିଳିପାରିବ।
କେଉଁଠି ଖର୍ଚ୍ଚ
କରିବେ ନାହିଁ:
ଏମର୍ଜେନ୍ସି ଫଣ୍ଡ ନିହାତି ଆବଶ୍ୟକ ସମୟରେ ବ୍ୟବହାର କରାଯାଏ। ତେଣୁ ପାଖରେ ଟଙ୍କା ଅଛି ଭାବି ଏହାକୁ କେଉଁ କ୍ଷେତ୍ରରେ ଖର୍ଚ୍ଚ କରିବା ଠିକ୍‌ ନୁହେଁ ଜାଣିରଖନ୍ତୁ…
ପୂର୍ବରୁ ନିର୍ଦ୍ଧାରିତ କୌଣସି ଖର୍ଚ୍ଚ ପାଇଁ ଏହାକୁ ବ୍ୟବହାର କରନ୍ତୁ ନାହିଁ।
ରେଗୁଲାର ଖର୍ଚ୍ଚ ଯେପରିକି ଇଲେକ୍ଟ୍ରି ବିଲ୍‌, ଇଣ୍ଟରନେଟ୍‌, ପାଣି, ଘରଭଡ଼ା, ଖାଇବା ଆଦି ଖର୍ଚ୍ଚ ପାଇଁ ଏହାକୁ ବ୍ୟବହାର କରନ୍ତୁ ନାହିଁ।
ସେହିପରି କୌଣସି ସାମଗ୍ରୀ କିଣିବା ହେଉ କିମ୍ବା କେଉଁଆଡ଼େ ବୁଲିଯିବା ପାଇଁ ମଧ୍ୟ ଏମର୍ଜେନ୍ସି ଫଣ୍ଡକୁ ସାରିଦେବା ଠିକ୍‌ ନୁହେଁ।
ଅନେକେ ଅଧିକ ଟଙ୍କା ପାଇବା ଲୋଭରେ ଏମର୍ଜେନ୍ସି ଫଣ୍ଡକୁ ଶେୟାର ମାର୍କେଟ୍‌ରେ ନିବେଶ କରିଦିଅନ୍ତି ଏବଂ ଆବଶ୍ୟକ ବେଳେ ହଠାତ୍‌ ଏହାକୁ ଆଣି ଖର୍ଚ୍ଚ କରିବାରେ ଅସୁବିଧା ହୋଇପଡ଼େ।
ନିଜର ଘରଟିଏ ଏବଂ ଭଲ ଗାଡ଼ିଟିଏ ହେଉ, ଏକଥା କିଏ ବା ନ ଚାହେଁ! ହେଲେ କେହି କେହି ପାଖରେ ଟଙ୍କା ସରିଯିବା ମାତ୍ରେ ଏମର୍ଜେନ୍ସି ଫଣ୍ଡକୁ ଏହି କାର୍ଯ୍ୟରେ ଲଗାଇ ଦିଅନ୍ତି, କିନ୍ତୁ ଏପରି ଆଦୌ କରନ୍ତୁ ନାହିଁ।
ଏମର୍ଜେନ୍ସି ଫଣ୍ଡରେ
କେତେ ରଖିବେ:
ଏଥିପାଇଁ ଆପଣ ଯେତେ ସମ୍ଭବ ଅଧିକ ରଖିପାରିଲେ ଭଲ। ହେଲେ ଅତି କମ୍‌ରେ ନିଜର ମାସିକ ଆୟର ୬ଗୁଣା ଟଙ୍କା ଏମର୍ଜେନ୍ସି ଫଣ୍ଡରେ ରଖି ପାରିଲେ ଭଲ। ଏହାକୁ ଆପଣ ଘରେ ମଧ୍ୟ ରଖିପାରିବେ। ଯଦି ସୁଧ ପାଇବାକୁ ଚାହାନ୍ତି ତେବେ ବ୍ୟାଙ୍କ୍‌ରେ ରଖିପାରିବେ। ଏହି ଟଙ୍କା ହଠାତ୍‌ ଚିକିତ୍ସା, କୌଣସି କାରଣରୁ ଜବ୍‌ ଚାଲିଗଲେ ଘର ଚଳାଇବା ଆଦି କାର୍ଯ୍ୟରେ ବ୍ୟବହାର କରିପାରିବେ। ଏମିତିକି ଅନ୍ୟ କାହାକୁ ମଧ୍ୟ ବିପଦ ସମୟରେ ଆର୍ଥିକ ସାହାଯ୍ୟ କରିପାରିବେ।

 

ରଞ୍ଜନ କୁମାର ସାହୁ (କର୍ମଜୀବୀ, ଭୁବନେଶ୍ୱର)- ଆଜିକାଲି ଟଙ୍କା ବିନା କୌଣସି କାର୍ଯ୍ୟ କରିବା ସହଜ ନୁହେଁ। ତେଣୁ ଏହାକୁ ଦେଖି ଚାହିଁ ଖର୍ଚ୍ଚ କରିବା ଦରକାର ବୋଲି ମୁଁ ଭାବିଥାଏ। ପାଖରେ ଟଙ୍କା ଅଛି ବୋଲି ଶପିଂ କରିବା, ବୁଲିବା ଆଦିରେ ସବୁ ସାରି ନ ଦେଇ ଆବଶ୍ୟକ ଖର୍ଚ୍ଚ ବାଦ୍‌ କିଛି ସେଭିଂ ମଧ୍ୟ କରିଥାଏ। କୋଭିଡ ସମୟରେ ହଠାତ୍‌ ଚିକିତ୍ସା ଲାଗି ଆବଶ୍ୟକ ଟଙ୍କା ପାଇଁ ହେଉ ଅବା ଚାକିରି ଚାଲିଯାଇଥିବା ଲୋକଙ୍କୁ ଦରମା ପାଇଁ ହଇରାଣ ହେଉଥିବାର ଦେଖିଛି। ତେଣୁ ଏଭଳି ପରିସ୍ଥିତି ନ ଉପୁଜିବା ପାଇଁ ଏମର୍ଜେନ୍ସି ଫଣ୍ଡ ବାବଦରେ ପ୍ରତି ମାସରେ କିଛି ଟଙ୍କା ନିଶ୍ଚୟ ରଖୁଛି।
ସୁଚିତ୍ରା ଚାନ୍ଦ୍‌(ଓଟି ଟେକ୍ନିସିଆନ୍‌, ଭୁବନେଶ୍ୱର)- ଟଙ୍କା କାହାକୁ ବା ଲୋଡା ନୁହେଁ। ସେଥିପାଇଁ କିଏ ବିଜ୍‌ନେସ୍‌ ତ କିଏ ଚାକିରି କରୁଛି। ତେଣୁ ଏହାକୁ ସବୁବେଳେ ଦେଖିଚାହିଁ ଖର୍ଚ୍ଚ କରିବା ସହ ସଞ୍ଚୟ ମଧ୍ୟ କରିବା ଦରକାର। କାରଣ ଏହା କୌଣସି ଜରୁରିକାଳୀନ ପରିସ୍ଥିତିରେ ସବୁଠୁ ବେଶି କାମରେ ଆସିଥାଏ। ଦୁଇ ବର୍ଷ ତଳେ ମୋର ଜଣେ ସାଙ୍ଗର ହଠାତ୍‌ ଜବ୍‌
ଚାଲିଗଲା। ପରିବାରର ଆର୍ଥକ ପରିସ୍ଥିତି ଦୁର୍ବଳ ଥିବାରୁ ଚଳିବା ପାଇଁ ତା’ ଦରମା ଟଙ୍କା ଉପରେ ସମସ୍ତେ ନିର୍ଭର କରୁଥିଲେ। ସେ ସବୁ ଖର୍ଚ୍ଚ ବାଦ୍‌ କିଛି ଟଙ୍କା ଏମର୍ଜେନ୍ସି ଫଣ୍ଡରେ ଜମା ରଖୁଥିବାରୁ ନୂଆ ଜବ୍‌ ପାଇବା
ପର୍ଯ୍ୟନ୍ତ ସେହି ଟଙ୍କାରେ ପରିବାର ଚଳିଗଲା। ତା’ର ସେହି ଘଟଣା ପରଠାରୁ ସଞ୍ଚୟ ଯେ କେତେ ଜରୁରୀ ବେଶ୍‌ ଭଲ ଭାବେ ବୁଝିଯାଇଛି ଏବଂ ନିଜେ ବି ଟଙ୍କା ରଖୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri