Posted inଜାତୀୟ

ଜରୁରୀକାଳୀନ ପରିସ୍ଥିତି ଲୋକଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲା…

ନୂଆଦିଲ୍ଲୀ, ୨୬।୬ : ଦେଶରେ ୪୭ ବର୍ଷ ତଳେ ୧୯୭୫ରେ ଜୁନ୍‌ ମାସରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଦେଶର ସାଧାରଣ ଲୋକଙ୍କ ମୌଳିକ ଅଧିକାର ଛଡ଼ାଇ ନେଇଥିଲା। ଏହା ଭାରତର ରାଜନୀତିରେ ଏକ କଳା ଇତିହାସ ସୃଷ୍ଟି କରିଥିତ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ତମ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି।

ଭାରତୀୟ ଗଣତନ୍ତ୍ର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିବା ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେହି ସମୟ ମଧ୍ୟରେ ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ଅଧିକାର ପାଇଥିଲେ, ସେଠାରେ ଲାଇଫ ଟୁ ଲାଇଫ ଆଣ୍ଡ ପର୍ସନାଲ ଲିବର୍ଟି ମଧ୍ୟ ଥିଲା।

ଗଣତାନ୍ତ୍ରିକ ଉପାୟରେ ଭାରତର ଲୋକମାନେ ଜରୁରୀକାଳୀନ ପରିସ୍ଥିତି ହଟାଇ ପୁଣି ଗଣତନ୍ତ୍ର ପ୍ରତିଷ୍ଠା କରିଛନ୍ତି। ସମଗ୍ର ବିଶ୍ୱରେ ଏକଛତ୍ରବାଦୀ ମାନସିକତା, ଏକଛତ୍ରବାଦୀ ପ୍ରବୃତ୍ତିକୁ ପରାସ୍ତ କରିବାର ଏପରି ଉଦାହରଣ ଖୋଜିବା କଷ୍ଟକର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତ ଅନେକ କ୍ଷେତ୍ରରେ ସଫଳତାର ଆକାଶକୁ ଛୁଇଁଛି। ଆକାଶ ଅବା ମହାକାଶ ଆଉ ଭାରତଠାରୁ ଅପହଞ୍ଚ ହୋଇ ରହିନାହିଁ। ଗତ କିଛି ବର୍ଷ ମଧ୍ୟରେ ଦଶରେ ସ୍ପେସ ସେକ୍ଟର ସହିତ ଜଡିତ ଅନେକ ବଡ କାମ କରାଯାଇଛି। ଦେଶର ଏହି ସଫଳତା ମଧ୍ୟରୁ ଗୋଟିଏ ହେଉଛି ଇନ-ସ୍ପେସ ନାମକ ଏକ ଏଜେନ୍ସି ସୃଷ୍ଟି।

ସେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ଇନ-ସ୍ପେସ ର ହେଡକ୍ୱାର୍ଟର ଲୋକାର୍ପଣ କରିବାକୁ ଯାଇଥିଲି, ସେତେବେଳେ ମୁଁ ଅନେକ ଯୁବ ଷ୍ଟାର୍ଟ-ଅପର କଳ୍ପନା ଏବଂ ଉତ୍ସାହ ଦେଖିଥିଲି। କିଛି ବର୍ଷ ପୂର୍ବେ, ଆମ ଦେଶରେ, ସ୍ପେସ ସେକ୍ଟରରେ, ଷ୍ଟାର୍ଟ ଅପ ବିଷୟରେ କେହି ଚିନ୍ତା ମଧ୍ୟ କରି ନଥିଲେ। ଆଜି ସେମାନଙ୍କର ସଂଖ୍ୟା ୧୦୦ରୁ ଅଧିକ ଛୁଇଁଛି। ଏହା ଭାରତର ସଫଳତାକୁ ସୂଚାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri