ଦୁର୍ବଳ ହେଉଛି ନଦୀବନ୍ଧ

ରଗଡି,୭ା୫(ଡି.ଏନ.ଏନ.): ରାଜସ୍ବ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରାଜସ୍ବ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି। ଏହାର ବ୍ୟତିକ୍ରମ କରୁଥିବା ବାଲି ମାଫିଆ ଓ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନଜିର ରହିଛି। ହେଲେ ଯାଜପୁର ଜିଲାରେ ଏହାର ପ୍ରଭାବ ସେତେଟା ପଡୁ ନ ଥିବା ମନେ ହେଉଛି। ବେଆଇନ ଭାବେ ବାଲି, ମାଟି, ମୋରମ୍‌ ଏବଂ ମାଙ୍କଡା ପଥର ଆଦି ଉତ୍ତୋଳନ ହୋଇ ଚୋରା ଚାଲାଣ ହେଉଛି। ଏହାଦ୍ୱାରା ବିପୁଳ ରାଜସ୍ବ ହାନି ଘଟୁଛି। ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ଦିନକୁ ଦିନ ରାଜସ୍ବ ସମ୍ପତ୍ତିର ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏହି ତହସିଲ ଅଧୀନ ବୈତରଣୀ ନଦୀର ସାଆଁଳା-୨ ଏବଂ ମକୁନ୍ଦପୁର-୨ ବାଲି ଘାଟରେ ନିଲାମ ଧାର୍ଯ୍ୟ ପରିମାଣଠାରୁ ଢେର ଅଧିକ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ସାଆଁଳା-୨ ବାଲି ଘାଟର ୧୨ ଏକର ଅଞ୍ଚଳରୁ ବାର୍ଷିକ ୨ କୋଟି ୨୨ ଲକ୍ଷ ୭୨ ହଜାର ୯୪୪ ଟଙ୍କାରେ ନିଲାମ ଦିଆଯାଇଛି। ହେଲେ ଲିଜ ଏରିଆ ବାହାରୁ ମନଇଚ୍ଛା ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି। ଏକାଧିକ ମେଶିନ ଲଗାଇ ଦିନରାତି ବାଲି ଚୋରାଚାଲାଣ ହେଉଥିବା ରଣପୁର ପଞ୍ଚାୟତବାସୀ କହିଛନ୍ତି। ସମାନ ଘଟଣା ମକୁନ୍ଦପୁର-୨ ଘାଟରେ ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ବୈତରଣୀ ନଦୀପଠା ସଂଲଗ୍ନ ଗ୍ରାମଗୁଡ଼ିକର ରାସ୍ତା ବିପର୍ଯ୍ୟସ୍ତ ହେବା ସହିତ ନଦୀ ବନ୍ଧ ଦୁର୍ବଳ ହେବା ଘଟଣା ଲୋକଙ୍କୁ ଚିନ୍ତିତ କରିଛି। ବାଲି ମାଫିଆମାନଙ୍କ ବିରୋଧରେ ମୁହଁ ଖୋଲିଲେ ମାଡ଼ ଖାଇବା ସହିତ ହତ୍ୟା ଧମକ ମିଳୁଛି । ସୂଚନା ଅନୁଯାୟୀ ୨୦୨୧ରୁ ୨୦୨୬ ଯାଏ ୫ ବର୍ଷ ପାଇଁ ମୋଟ ୮ ଟି ବାଲିଘାଟକୁ ସରକାରୀ ଭାବେ ଲିଜ୍‌ ଦିଆଯାଇଛି। ହେଲେ ଆବଶ୍ୟକ ଅନୁଯାୟୀ ରାଜସ୍ବ ଆଦାୟ ହେଉ ନ ଥିବାରୁ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ବ ହାନି ଘଟୁଛି। ପ୍ରତିଦିନ ଶହ ଶହ ଟ୍ରିପ୍‌ ବାଲି ଜିଲା ବାହାରକୁ ଚାଲାଣ କରି ଯେଉଁ ବିପୁଳ ଟଙ୍କା ରୋଜଗାର ହେଉଛି ସେଥିରୁ ସିଂହଭାଗ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କ ପକେଟକୁ ଯାଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାଜସ୍ବ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ ନ ହେଲେ ନଦୀବନ୍ଧ ପାଇଁ ଆତଙ୍କିତ ଥିବା ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri