ସିଂଘାଣି ଲଗାଇଦେଲେ Elon Muskଙ୍କ ପୁଅ, ଅଫିସରୁ ୧୪୫ବର୍ଷର ଡେସ୍କ ହଟାଇଲେ Trump, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସରକାରୀ ଅଫିସର ୧୪୫ବର୍ଷ ପୁରୁଣା ଟେବୁଲ ହଟାଇଦେଇଛନ୍ତି। ଏହା ପରିବର୍ତ୍ତେ ସେ ଏକ ଅସ୍ଥାୟୀ ଟେବୁଲ ଆଣିଛନ୍ତି। ତେବେ ଏକଥା ଆମେ କାହିଁକି କହୁଛିୁ ଏହାର କାରଣ ଜାଣିଲେ ମଧ୍ୟ ଆପଣ ତାଜୁବ ହୋଇଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ୍ସରେ ସୂଚନା ଦେଇଛନ୍ତି। ଏହି ୧୪୫ ବର୍ଷ ପୁରୁଣା C&O Desk ଅସ୍ଥାୟୀ ଭାବରେ ହଟାଯାଇଛି। କିଛିଦିନ ପରେ ପୁଣି ଏହାକୁ ଫିଟିଙ୍ଗ କରାଯିବ। କିନ୍ତୁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚାରେ ରହିଛି।

ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଘଟଣା ପଛର କାରଣ ହେଉଛି Elon Muskଙ୍କ ପୁଅ X A-Xii ଙ୍କ ଏକ ଭିଡିଓ ଭାଇରାଲ ହୋଇଛି।ଫେବୃଆରୀ ୧୧ରେ ଏଲନ ମସ୍କ ତାଙ୍କ ପୁଅଙ୍କ ସହ ସଯୁକ୍ତ ପ୍ରେସ କନଫରେନ୍ସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଯୋଗ ଦେଇଥିଲେ। ଏହି ସମୟରେ ମସ୍କଙ୍କ ପୁଅ C&O Desk ରେ ନାକରୁ ସିଂଘାଣି କାଢି ପୋଛୁଥିବାର ଦେଖାଯାଇଥିଲା। ଯାହାକୁ ଦେଖିବା ପରେ ଟ୍ରମ୍ପ ପ୍ରଶାସନ ଏହି ୧୪୫ବର୍ଷ ପୁରୁଣା ଡେସ୍କ ହଟାଇବାକୁ ଘୋଷଣା କରିଥିଲେ। ତେବେ କୁହାଯାଉଛି ଏହି କାରଣ ଯୋଗୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି। କିନ୍ତୁ ଏନେଇ କୌଣସି ସରକାରୀ ସୂଚନା ମିଳିନାହିଁ।

ହ୍ବାଇଟ ହାଉସରେ ଥିବା C&O Desk ୧୯୨୦ରେ ଚେସୋପିକ ଆଣ୍‌ଡ ଓହୋୟା ରେଲସ୍ବେ ମାଲିକଙ୍କ ପାଇଁ ଡିଜାଇନ କରାଯାଇଥିଲା। ଯାହାକୁ ପରେ ହ୍ବାଇଟ ହାଉସକୁ ଦାନ କରାଯାଇଥିଲା। ଏହି ଡେସ୍କକୁ ପୂର୍ବ ରାଷ୍ଟ୍ରପତି ରୋନାଲ୍ଡ ରିଗନ, ଜିମି କାର୍ଟର ଓ ଗୋରାଲ୍ଡ ଫୋର୍ଡ, ଜର୍ଜ ଏଚ.ଡବ୍ଲୁ ନିଜ କାର୍ଯ୍ୟକାଳ ସମୟରେ ବ୍ୟବହାର କରିଥିଲେ। ଏହି ଡେସ୍କ ୧୪୫ବର୍ଷ ପୁରୁଣା ଐତିହାସିକ ଡେସ୍କ ଅଟେ। ୧୮୮୦ରେ ଏହାକୁ ମହାରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ଆମେରିକାକୁ ଉପହାର ଦିଆଯାଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତମ କାର୍ଯ୍ୟକାଳ, ଜୋ ବାଇଡେନ ଓ ବାରାକ ଓବାମା ମଧ୍ୟ ଏହି ଡେସ୍କ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri