ଏଲନ୍‌ ମସ୍କଙ୍କ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟର

ଓ୍ବାଶିଂଟନ,୧୧ା୬: ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ୍‌ଏକ୍ସ’ ଜଣେ ୧୪ ବର୍ଷୀୟ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି। ଯିଏ କମ୍ପାନୀର ‘ଟେକ୍ନିକାଲ ଚ୍ୟାଲେଞ୍ଜିଂ’ ଏବଂ ‘ଫନ୍‌’ ଇଣ୍ଟରଭ୍ୟୁରେ ପାସ୍‌ କରିଛନ୍ତି। ‘ସ୍ପେସ୍‌ଏକ୍ସ’ ଦ୍ୱାରା ନିଯୁକ୍ତି ପାଇଥିବା ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟରଙ୍କ ନାମ କୈରାନ୍‌ କ୍ୱାଜି ।

14-year-old Kairan Quazi. (linkedIn)

ଏକ ରିପୋର୍ଟ ଅନୁଯାୟୀ, ସେ ୧୧ ବର୍ଷ ବୟସରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ ଆରମ୍ଭ କରିଥିଲେ। ଚଳିତ ମାସରେ ସାଣ୍ଟା କ୍ଲାରା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବେ।

‘ସ୍ପେସ୍‌ଏକ୍ସ’ରେ ତାଙ୍କର ନୂଆ କାର୍ଯ୍ୟ ଆରମ୍ଭ କରିବାକୁ କ୍ୱାଜି ଉତ୍ସାହିତ ଅଛନ୍ତି ଏବଂ ମଙ୍ଗଳ ଗ୍ରହରେ ମନୁଷ୍ୟ ପଠାଇବା ଲକ୍ଷ୍ୟ ହାସଲ କରିବାରେ କମ୍ପାନୀକୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ଦକ୍ଷତା ବ୍ୟବହାର କରିବାକୁ ଆଶାବାଦୀ ଅଛନ୍ତି।

Elon Musk's SpaceX Hired a new software engineer, he's 14 years old SpaceX Engineer: 14 ఏళ్లకే సాఫ్ట్‌వేర్ ఇంజనీర్‌ జాబ్, అది కూడా స్పేసెక్స్‌ కంపెనీలో - ఏం బుర్ర సామి నీది

ସେ ଲିଙ୍କ୍‌ଦିନ୍‌ରେ ଲେଖିଛନ୍ତି, ‘ମୁଁ ଷ୍ଟାରଲିଙ୍କ ଇଞ୍ଜିନିୟରିଂ’ ଦଳରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ପୃଥିବୀର ସବୁଠାରୁ ସୁନ୍ଦର କମ୍ପାନୀରେ ଯୋଗଦେବି। ଏକ ବିରଳ କମ୍ପାନୀ ଯାହା ମୋ’ ବୟସକୁ ଧ୍ୟାନ ନ ଦେଇ ମୋର ପରିପକ୍ୱତା ଏବଂ ଦକ୍ଷତା ପ୍ରତି ବିଶ୍ୱାସ ରଖିଛି।କ୍ୱାଜି ‘ସ୍ପେସ ଏକ୍ସ’ରେ କାମ ଆରମ୍ଭ କରିବା ପାଇଁ ତାଙ୍କ ମା’ଙ୍କ ସହ କାଲିଫର୍ନିଆର ପ୍ଲାସାଣ୍ଟନରୁ ରେଡମଣ୍ଡ, ଓ୍ବାଶିଂଟନ ଯିବାକୁ ଯୋଜନା କରୁଛନ୍ତି।

ଏହି ବର୍ଷ ଆରମ୍ଭରେ କ୍ୱାଜି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ ଯେ, ସେ ଏକ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି। ସପ୍ତାହ ପରେ ସେ ‘ସ୍ପେସଏକ୍ସ’ରୁ ତାଙ୍କ ଜଏନିଂ ଲେଟରର ଏକ ସ୍କ୍ରିନଶଟ୍‌ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri