ପଓ୍ବନ ସିଂଙ୍କ ଗୀତରେ ଟୁଇଟ୍‌ କଲେ ଏଲନ୍‌ ମସ୍କ!

ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂଙ୍କ ଗୀତ ‘ଲଲିପପ୍‌ ଲାଗେଲୁ’ ଏକ ଜବରଦସ୍ତ ହିଟ୍‌ ଗୀତ। ଲୋକମାନେ ଏହି ଗୀତରେ ପାର୍ଟିରେ ଜୋର୍‌ଦାର ଡ୍ୟାନ୍ସ କରନ୍ତି। ବର୍ତ୍ତମାନ ଏହି ଗୀତ ଏବଂ ଏହାର ଗାୟକ ପଓ୍ବନ ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରକୃତରେ ଏହା ଏକ ଟୁଇଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଯେଉଁଥିରେ ପଓ୍ବନ ସିଂ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପଓ୍ବନଙ୍କ ଗୀତକୁ ଏକ ନକଲି ଆଇଡି ସହ ଟୁଇଟ୍‌ କରାଯାଇଛି। ଯେହେତୁ ଏଲନ ମସ୍କ ଟୁଇଟ୍‌ ଡିଲ୍‌ କରୁଛନ୍ତି, ସେ ଟୁଇଟରକୁ ନେଇ ଲଗାତର ଚର୍ଚ୍ଚାକୁ ଆସୁଛନ୍ତି। ସେ ସାଧାରଣଠାରୁ ଆରମ୍ଭ କରି ସ୍ବତନ୍ତ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଟୁଇଟ୍‌ କରି ଚର୍ଚ୍ଚାକୁ ଆସୁଛନ୍ତି। ଏହାର ସୁଯୋଗ ନେଇ ଏଲନଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି କେହି ପଓ୍ବନଙ୍କ ଗୀତକୁ ଟୁଇଟ୍‌ କରିଛନ୍ତି।

ପଓ୍ବନ ମଧ୍ୟ ଏହି ଟୁଇଟ୍‌ ଦେଖିବା ମାତ୍ରେ କିଛି ଚିନ୍ତା ନ କରି ଏହାର ଉତ୍ତର ଦେଇଛନ୍ତି। ଏହି ଆଇଡି ସଠିକ୍‌ କି ନୁହେଁ । ତେବେ, ଯେଉଁ ଆଇଡି ସହିତ ପଓ୍ବନ ଏଲନଙ୍କୁ ଟ୍ୟାଗ କରିଛନ୍ତି, ତାହା ହେଉଛି ଏଲନଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ। ଟୁଇଟ୍‌ କରି ପଓ୍ବନ କ୍ୟାପଶନ ଲେଖିଛନ୍ତି, ‘ଭୋଜପୁରୀ ଏଲନ ମସ୍କ, ଟୁଇଟର ଏବଂ ୮ ଡଲାର ମଧ୍ୟ ଆଲୋଚନାରେ ରହିଛି। ବୋଧହୁଏ ଏହି ଗୀତ ବିତର୍କରେ କିଛି ଶୀତଳତା ଆଣିପାରେ। ଜୟ ହୋ’। ପଓ୍ବନଙ୍କ ସେହି ଆଇଡି ଅସଲି କି ନକଲି ତାହା ମଧ୍ୟ ଜଣାନାହିଁ। କିନ୍ତୁ ୟୁଜରମାନେ ଜଣଙ୍କ ପରେ ଜଣେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ନକଲି ମସ୍କ। ଭାଇ ତୁମର ପ୍ରକୃତ ଆଇଡି ଟ୍ୟାଗ କରିଛ। ଅନ୍ୟ ଜଣେ ଲେଖିଛନ୍ତି- ‘ତାହା ହେଉଛି ନକଲି ଆଇଡି ସାର୍‌’। ସେହିଭଳି, ଅନ୍ୟମାନେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ପଓ୍ବନଙ୍କ ଗୀତ ‘ଲଗାବେଲୁ ଜବ୍‌ ଲିପ୍‌ଷ୍ଟିକ୍‌’ ଟୁଇଟ୍‌ ହୋଇଥିବା ନକଲି ଆଇଡିକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri