ଏଲନ୍‌ ମସ୍କ କେବଳ ଜଣେ କର୍ମଚାରୀ… Tesla CEOଙ୍କୁ ନେଇ ଏ କ’ଣ କହିଦେଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୧୮।୨: ଟେସ୍‌ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ ଶକ୍ତି ଏବଂ ନିଷ୍ପତ୍ତି ନେବାର ଅଧିକାର ମସ୍କଙ୍କ ପାଖରେ ଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ହେଲେ ଏବେ
ହ୍ବାଇଟ୍‌ ହାଉସ୍‌ ଏକ କୋର୍ଟ ଡକ୍ୟୁମେଣ୍ଟରେ ସ୍ପଷ୍ଟ କରିଛି ଯେ ମସ୍କଙ୍କ ପାଖରେ କୌଣସି ସରକାରୀ ନିଷ୍ପତ୍ତି ନେବାର ଅଧିକାର ନାହିଁ। ତାଙ୍କୁ ସରକାରୀ ନିଷ୍ପତ୍ତି ନେବାର କ୍ଷମତା ଆନୁଷ୍ଠାନିକ ଭାବରେ ଦିଆଯାଇନାହିଁ। ସେ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ ଏବଂ ତାଙ୍କର ନିର୍ଦ୍ଦେଶ ପାଳନ କରିବାର କାମ କରିପାରିବେ।
ହ୍ବାଇଟ ହାଉସ୍‌ ପ୍ରଶାସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜୋଶୁଆ ଫିସର ସ୍ପଷ୍ଟ କରିଛନ୍ତି ଯେ ଏଲନ ମସ୍କ ଜଣେ ହ୍ବାଇଟ ହାଉସ କର୍ମଚାରୀ। କିନ୍ତୁ ସେ ଜଣେ ଅସ୍ଥାୟୀ ସ୍ବତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତାର ଭୂମିକା ଦିଆଯାଇଛି, କିନ୍ତୁ ସେ ନିଜେ କୌଣସି ସରକାରୀ ନୀତି କିମ୍ବା ନିଷ୍ପତ୍ତି ନେଇପାରିବେ ନାହିଁ।
ଏହାଛଡ଼ା ଅନ୍ୟ ବରିଷ୍ଠ ହ୍ବାଇଟ ହାଉସ୍‌ ପରାମର୍ଶଦାତାଙ୍କ ପରି ମସ୍କଙ୍କ ଭୂମିକା କେବଳ ପରାମର୍ଶ ଦେବା ପର୍ଯ୍ୟନ୍ତ ସୀମିତ। ମସ୍କ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା ପାଇଁ କାମ କରନ୍ତି, କିନ୍ତୁ ତାଙ୍କର କୌଣସି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ଅଧିକାର ନାହିଁ। ଡକ୍ୟୁମେଣ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମସ୍କଙ୍କ କାମ ହ୍ବାଇଟ ହାଉସ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ।
ଫିସର ଆହୁରି କହିଛନ୍ତି ଯେ ’ୟୁଏସ ଡଜ୍‌ ସର୍ଭିସ’ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ (Executive Office of the President) ର ଏକ ଅଂଶ। ସେ କହିଛନ୍ତି ଯେ ’ୟୁଏସ୍‌ ଡଜ୍‌ ସର୍ଭିସ୍‌ ଟେମ୍ପରାରୀ ଅର୍ଗାନାଇଜେଶନ (US DOGE Service Temporary Organization) ସେବା ଅସ୍ଥାୟୀ ସଂଗଠନ’ ଏହି ସେବା ଅଧୀନରେ ଆସେ। କିନ୍ତୁ ଏହା ହ୍ବାଇଟ ହାଉସ କାର୍ଯ୍ୟାଳୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଏହି ବିବୃତ୍ତି ସ୍ପଷ୍ଟ କରିଦେଲା ଯେ ସରକାରୀ ପ୍ରଶାସନରେ ମସ୍କଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ନିରବି ଗଲା ୪୦୧ ବର୍ଷର ପରମ୍ପରା, ପ୍ରଥମଥର ପାଇଁ ବିଶ୍ୱର ଏହି ଦେଶ ବନ୍ଦ କଲା ଏମିତି ଏକ ସେବା

କୋପେନହାଗେନ,୧।୧: ଡେନମାର୍କ ୪୦୧ ବର୍ଷର ପୁରୁଣା ପରମ୍ପରାକୁ ବିଦାୟ ଦେଇଛି। ଦେଶର ଡାକ ସେବା, ପୋଷ୍ଟନୋର୍ଡ, ଘରୋଇ ଚିଠି ବିତରଣକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଡେନମାର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri