ସାହସ ଥିଲେ ମୋ ସହ ଲଢ଼

ମସ୍କୋ,୧୫ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପୁଟିନ୍‌ ସାମ୍‌ନାକୁ ଆସି ତାଙ୍କ ସହ ହାତାହାତି ହୁଅନ୍ତୁ। ଏଥିରେ ୟୁକ୍ରେନ୍‌କୁ ବାଜି ଲଗାଯିବ। ଯିଏ ଜିତିବ ସେ ୟୁକ୍ରେନ୍‌ର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ମସ୍କ ଏକ ଟୁଇଟ୍‌ କରିଛନ୍ତି। ଟୁଇଟ୍‌ରେ ସେ ପୁଟିନ୍‌ଙ୍କ ନାଁକୁ ରୁଷିଆ ବର୍ଣ୍ଣମାଳାରେ ଏବଂ ୟୁକ୍ରେନ୍‌କୁ ୟୁକ୍ରେନୀୟ ଅକ୍ଷରରେ ଲେଖିଛନ୍ତି। ପୁଟିନ୍‌ଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ନ ଥିବାରୁ ମସ୍କ କ୍ରେମ୍‌ଲିନ୍‌ ହ୍ୟାଣ୍ଡେଲ୍‌କୁ ଟ୍ୟାଗ୍‌ କରିଛନ୍ତି। କ’ଣ ତୁମେ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି ମସ୍କ ଲେଖିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ମସ୍କ ଏହି ପୂର୍ବ ୟୁରୋପୀୟ ଦେଶକୁ ସହାୟତା ଯୋଗାଇଆସୁଛନ୍ତି। ଷ୍ଟାରଲିଙ୍କ୍‌ ସାଟେଲାଇଟ୍‌ ମାଧ୍ୟମରେ ୟୁକ୍ରେନ୍‌କୁ ସେ ଇଣ୍ଟରନେଟ ସେବା ପ୍ରଦାନ କରିଛନ୍ତି।

Share