ଟୁଇଟର୍‌ର ମାଲିକ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ୍‌,୨୬।୪: ଅନେକ ଦିନର ଚର୍ଚ୍ଚା ପରେ ଶେଷରେ ଟୁଇଟର୍‌ ଦୁନିଆର ମାଲିକାନା ହାସଲ କରିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ଟୁଇଟର ଇଙ୍କ୍‌ ୪୪ ବିଲିୟନ ଡ଼ଲାରରେ ଟୁଇଟର୍‌କୁ ବିକ୍ରି କରିଛି। ଏ ବାବଦରେ କମ୍ପାନୀ ବୋର୍ଡ ଅନୁମୋଦନ ଦେଇଛି। ସେହି ଅନୁଯାୟୀ, ମସ୍କଙ୍କୁ ଟୁଇଟର୍‌ର ଶେୟାର ପିଛା ୫୪.୨୦ ଡଲାର ମୂଲ୍ୟ ଦେବାକୁ ପଡିବ। ଟୁଇଟର୍‌ର ସ୍ବାଧୀନ ବୋର୍ଡର ଚେୟାରମ୍ୟାନ ବ୍ରେଟ ଟେଲର ସୋମବାର ରାତି ୧୨ଟା ପରେ ଏକ ପ୍ରେସ ବିଜ୍ଞପ୍ତିରେ ମସ୍କ ସହିତ ହୋଇଥିବା ଡିଲ ବିଷୟରେ ସୂଚନା ଦେଇଛନ୍ତି। ଏହି ଡିଲ ୨୧୭ ନିୟୁତ ୟୁଜର୍ସ ସହିତ ଟେସଲା କମ୍ପାନୀର ସିଇଓ ମସ୍କଙ୍କୁ ମାଲିକାନା ପ୍ରଦାନ କରିଛି।
ଏହି ଡିଲ ଘୋଷଣା କରି ଏଲନ ମସ୍କ କହିଛନ୍ତି, ସ୍ବାଧୀନତା ହେଉଛି କାର୍ଯ୍ୟ କରୁଥିବା ଗଣତନ୍ତ୍ରର ମୂଳଦୁଆ। ଟୁଇଟର୍‌ ହେଉଛି ଡିଜିଟାଲ ଟାଉନ ସ୍କୋୟାର, ଯେଉଁଠାରେ ମାନବିକତାର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ବିତର୍କ ହେଉଛି। ମୁଁ ଉତ୍ପାଦରେ ନୂତନ ବୈଶିଷ୍ଟ୍ୟ ଯୋଗ କରି ଟୁଇଟରକୁ ପୂର୍ବାପେକ୍ଷା ଉନ୍ନତ କରିବାକୁ ଚାହୁଁଛି। ଟୁଇଟର୍‌ରେ ବହୁ ସମ୍ଭାବନା ରହିଛି। ମୁଁ କମ୍ପାନୀ ଏବଂ ଏହାର ୟୁଜର୍ସ ସମୁଦାୟ ସହିତ କାମ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି।
ନିଜ ଉଦ୍ୟମରେ ଟୁଇଟର୍‌କୁ କିଣିବା ଲାଗି କିଛି ଦିନ ହେଲାଣି ମସ୍କ ଜୋରଦାର ଉଦ୍ୟମ କରୁଥିଲେ। ପୂର୍ବରୁ ମଧ୍ୟ ସେ କମ୍ପାନୀର ଦ୍ୱିତୀୟ ବଡ଼ ଅଂଶଧନକାରୀ ଥିଲେ। ଚଳିତ ମାସ ୧୪ ତାରିଖରେ ଟୁଇଟର୍‌ କିଣିବା ପାଇଁ ପ୍ରଥମ ପ୍ରସ୍ତାବ ଦେଇଥିଲେ। ସେ କମ୍ପାନୀର କିଛି ଅଂଶଧନକାରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ। ଶେଷରେ ସେ ଏଥିରେ ସଫଳ ହୋଇଛନ୍ତି। ମସ୍କ ହେଉଛନ୍ତି ଟୁଇଟର୍‌ର ଜଣେ ଅତ୍ୟନ୍ତ ସକ୍ରିୟ ୟୁଜର୍ସ। ବିଭିନ୍ନ ପ୍ରସଙ୍ଗରେ ସେ ଟୁଇଟ କରି ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri