ରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଶରଣକୂଳରୁ-ପୁରୀ ଯାଇଥିବା ନୂଆଜଗନ୍ନାଥ ସଡ଼କରେ ରବିବାର ଅପରାହ୍ନ ୫ଟାରେ ଏକ ହାତୀ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିଲା। ହାତୀକୁ ଦେଖି ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ। ଖବରପାଇ ଭୁଷଣ୍ଡପୁର ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଏହି ହାତୀ ରେମେଶ୍ୱର ପାହାଡ଼ ଅଭିମୁଖେ ପଳାଇଥିଲା। ଏହା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନାଥାଉ କି, କିଛିମାସ ହେବ କାଇପଦର ଏବଂ ଗୋଡ଼ା ଜଙ୍ଗଲରେ ୨୮ଟିକିଆ ହାତୀ ପଲ ରହିଛନ୍ତି। ସନ୍ଧ୍ୟା ହେଲେ ଏମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହଁାହେଉଛନ୍ତି।