ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା

ଟେନସା,୧୪।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ଏକ ଦୁଃଖତ ଘଟଣା। କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଛି। ବାଲିଝୁଡ଼ି ଗ୍ରାମରେ ଭରତ ଭୋଗତା ୪ ଦିନ ତଳେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଘରେ ସ୍ତ୍ରୀ ସୁକାନ୍ତି ଭୋଗତା, ପୁଅ ଶୁକୁନାଥ(୮), ଶିଶୁକନ୍ୟା ରାମୀ(୫)ଆଶ୍ରିତ(୩) ଓ ଦେଢ଼ବର୍ଷ ଶିଶୁ ମୁଣ୍ଡୁରୀ ଘରେ ଥିଲେ।
ମଙ୍ଗଳବାର ରାତିରେ ସମସ୍ତେ ଖାଇ ପିଇ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଚାଉଳ ଖାଇବା ପାଇଁ ଭରତଙ୍କ ଘରର କାନ୍ଥକୁ ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପି ହୋଇ ୩ମାସ ଗର୍ଭବତୀ ଥିବା ମାଆ ସୁକାନ୍ତି, ଶିଶୁ ପୁତ୍ର ଶୁକୁନାଥ ଭୋଗତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦେଢ଼ବର୍ଷର ଶିଶୁ ସମେତ ରାମୀ ଏବଂ ଆଶ୍ରିତ ବଳ୍ପକେ ବର୍ତ୍ତି ଯାଇଥିଲେ। ସେମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବରସୁଆଁ ଫରେଷ୍ଟ ରେଞ୍ଜର ଧରଣୀଧର ସାହୁ, ଫରେଷ୍ଟର କେ. ସି ସାହୁ, କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆହତ ୩ ଶିଶୁଙ୍କୁ ପ୍ରଥମେ କୋଇଡା ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ର ଅଧିକ ଗୁରୁତର ଥିବାରୁ ପରେ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ମୃତଦେହ ବ୍ୟବେଛେଦ ନିମନ୍ତେ କୋଇଡା ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୫ବର୍ଷ ପୂର୍ବେ ମଧ୍ୟ ଉକ୍ତ ଘରକୁ ହାତୀ ଭାଙ୍ଗି ଦେଇଥିଲା। ଆଜି ପର୍ଯ୍ୟନ୍ତ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କ୍ଷତି ପୂରଣ ମିଳି ନ ଥିବାବେଳେ ଦାଦନ ଖଟି, ଧାର ଉଦ୍ଧାର କରି ପୁଣି ନିର୍ମାଣ କରିଥିବା ଘରକୁ ହାତୀ ଭାଙ୍ଗି ଚୁରମାର କରିଦେଇଛି। ଏଥି ପ୍ରଶାସନ ଓ ଜଙ୍ଗଲ ବିଭାଗ ଭରତ ଭୋଗତାଙ୍କ ଉପରେ କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri