ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ ହେଲା ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଫଳରେ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପକାଇ ରହୁଛନ୍ତି । ଶନିବାର ଭୋରରେ ଗଜପତି ଜିଲା ଚନ୍ଦ୍ରଗିରି ରେଞ୍ଜ ବନବିଭାଗ ଅଧିନ ସିଙ୍ଗପୁର ଗାଁ ନିକଟକୁ ହାତୀପଲ ମାଡ଼ି ଆସି କିଛି ଚାଷୀଙ୍କ ଧାନଖଳାରେ ପଶି ଅମଳ ଧାନ ଖାଇଦେବା ସହ ବ୍ୟାପକ ଧାନ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଅମଳ ପରେ ମଣ୍ଡିରେ ଧାନ ରଖିବା ପାଇଁ ସୁବିଧା ନଥିବାରୁ ଚାଷୀ ଅମଳ ପରେ ଧାନ ବସ୍ତା ଗୁଡ଼ିକୁ ଖଳାରେ ରଖୁଛନ୍ତି । ଶନିବାର ଚାଷୀ ଏବଂ ବନବିଭାଗ କର୍ମଚାରୀ ବୃନ୍ଦ ସମ୍ପୃକ୍ତ ଅଞ୍ଚଳରେ ହାତୀ ଘଉଡାଇ ବିଳମ୍ବିତ ରାତିରେ ଫେରିବା ପରେ ଭୋରରେ ହାତୀ ପଲ ଜଙ୍ଗଲରୁ ଲେଉଟି ଚାଷୀଙ୍କ ଖଳାରେ ପଶି ଧାନ ଖାଇ ଦେବା ସହ ବିପୁଳ ପରିମାଣର ଧାନ ନଷ୍ଟ କରିଥିବା ଜଣାପଡିଛି । ଏକ ୪ ଟିକିଆ ହାତୀପଲ  ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ  ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘବର୍ଷ ଧରି ରହୁଛନ୍ତି । ହାତୀ ପଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ହାତୀ ପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ, ମାଣ୍ଡିଆ,ପନିପରିବା ଫସଲ ନଷ୍ଟ କରୁଛନ୍ତି ।

ଏନେଇ ବନବିଭାଗ ଚନ୍ଦ୍ରଗିରି ପୋଡ଼ାମାରି ରେଞ୍ଜର ରୂପକ କୁମାର ପ୍ରଧାନଙ୍କୁ ପଚାରିବାରୁ ଖବର ପାଇ ରବିବାର ସକାଳେ ଫରେଷ୍ଟର ସୁନୀଲ ମଣ୍ଡଳ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି କ୍ଷତିଗସ୍ତ ଚାଷୀଙ୍କ ସହ ଆଲୋଚନା କରିବା ସହ ରିପୋର୍ଟ ସଂଗ୍ରହ କରି ଫେରିଛନ୍ତି।  ହାତୀ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁ ମାନଙ୍କରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ ବୋଲି ବନ କର୍ମଚାରୀଙ୍କ ପକ୍ଷରୁ ସତର୍କ ସୂଚନା ଘୋଷଣା କରାଯାଉଛି ।

ପୋଡ଼ାମାରି ବନ ବିଭାଗର ହାତୀ ସ୍କୁଆର୍ଡ, ତାଲିମ ପ୍ରାପ୍ତ ହାତୀ ଟ୍ରାକରଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ  କର୍ମଚାରୀ ମିଳିତ ଭାବେ ପକ୍ଷରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବା ପାଇଁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି।  ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ  ମିଳିତ ଭାବେ  ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ପ୍ରତି  ସ୍ଵତନ୍ତ୍ର ନଜର ରଖିବା ସହ ପ୍ରତିଦିନ ସେ ନିଜେ ମନିଟରିଂ କରୁଥିବା ରେଞ୍ଜର କହିଛନ୍ତି ।  ହାତୀପଲ ଦ୍ଵାରା ଫସଲ କ୍ଷୟକ୍ଷତି ସମ୍ପର୍କରେ ସମ୍ପୃକ୍ତ ଚାଷୀ କୃଷକ ଅନୁକମ୍ପା ଆପ୍ ଜରିଆରେ ଆବେଦନ କରିଛନ୍ତି । ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ଏଥି ପୂର୍ବରୁ କ୍ଷତିଗସ୍ତ ଚାଷୀ ଙ୍କୁ ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ କ୍ଷତିପୂରଣ ଦିଆଯାଇଥିବା ରେଞ୍ଜର ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ, ୨୦ରୁ ଊର୍ଦ୍ଧ୍ୱ ଆହତ

କରାଚୀ,୧୮ା୧: ପାକିସ୍ତାନର କରାଚୀସ୍ଥିତ ଏକ ବିଶାଳ ଶପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ସମ୍ବଲପୁରୀ ଧନୁଯାତ୍ରା ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିଲା ସହର

ସମ୍ବଲପୁର, ୧୮।୧(ଭବାନୀ ଶଙ୍କର ଭୋଇ): ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଆରମ୍ଭ ହୋଇଛି ତୃତୀୟ ସମ୍ବଲପୁରୀ ଧନଯାତ୍ରା। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ...

ଚଳନ୍ତା ଅଟୋ ଆଗକୁ ଡେଇଁ ପଡ଼ିଲା ମାଙ୍କଡ: ଆଉ ତା’ପରେ…

ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ...

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri