ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କଲେ ହାତୀ, ଆତଙ୍କରେ ଚାଷୀ

ନିରାକାରପୁର, ୧୪।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ନ ଥିବା ଯୋଗୁଁ ଚାଷୀ ଏକ ପ୍ରକାର ମାନସିକ ଦୁର୍ବଳ ହୋଇପଡିଥିବା ବେଳେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ଏବେ ସେମାନଙ୍କୁ ଶକ୍ତ ଆଘାତ ଦେଇଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ଛଣଗିରି ପଞ୍ଚାୟତ ଦେଉଳିର ଅରାଙ୍ଗ ମୌଜାରେ ଦେଖିବାକୁ ମିଳିଛି। ଉକ୍ତ ଧାନ ବିଲରେ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଯେତିକି ଖାଇଛନ୍ତି ତାଠାରୁ ଶହେ ଗୁଣରେ ଦଳି ଚକଟି ନଷ୍ଟ କରିଥିବା ଚାଷୀ ଦୀପକ ପ୍ରଧାନ ଅଭିଯୋଗ କରିଛନ୍ତି। ଧାର କରଜକରି ଫସଲ କରିଥିଲେ ହେଲେ ଅମଳ ହେବା ବେଳକୁ ବର୍ଷା ଉଭାନ ହୋଇଯାଇଥିବା ବେଳେ ହାତୀଙ୍କ ଉତ୍ପାତ ଅତି ଅସହ୍ୟ ଯନ୍ତ୍ରଣା ଦେଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନ।
ସେହିପରି ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ, ବିଚିତ୍ରା ମହାନ୍ତି, ଅନନ୍ତ ଚମ୍ପତ୍ତି, ନିଲୁ କଳାପାହାଡ଼ କହିବା ଅନୁଯାୟୀ, ଏଭଳି ଅବ୍ୟବସ୍ଥା ଯୋଗୁଁ ଚଳିତବର୍ଷ ଅମଳ ବେଳକୁ ଧାନ ଫସଲ ଖଳାବାରିକୁ ଆସିବ ନାହିଁ ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀ ବେଣୁଧର ରଣସିଂ, ଜୟ ବିଶ୍ୱାଳ, ଝରଣା ମଙ୍ଗରାଜଙ୍କ କହିବା ଅନୁଯାୟୀ, ସେ ଚଳିତ ବର୍ଷ ବିଭିନ୍ନ ଅଣବ୍ୟାଙ୍କିଙ୍ଗ ସଂସ୍ଥାରୁ ହଜାର ହଜାର ଟଙ୍କା ଧାରକରଜ କରି ଏକର ଏକର ଜମିରେ ଧାନ ଫସଲ କରିଥିଲେ। ହେଲେ ରାତିରେ ଜଙ୍ଗଲୀ ହାତୀ ଓ ବାରହା ଧାନ କ୍ଷେତରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତ। ତେବେ ଉକ୍ତ ଅଞ୍ଚଳରେ ୨ରୁ ୩ଦିନ ମଧ୍ୟରେ ପ୍ରାୟ ୨୦ଏକରରୁ ଉର୍ଦ୍ଧ ଧାନଜମି କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି। ବନେଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ହାତୀ ଯେଉଁଠି ଫସଲ ନଷ୍ଟ କରିବାର ଅଭିଯୋଗ ଆସିଛି ଆମ ଷ୍ଟାପ ସେହି ସ୍ଥାନରେ ଇନକ୍ୱାରୀ କରିବେ। ତାପରେ ସେମାନଙ୍କୁ ଏକରକୁ ୨୦ ହଜାର ଟଙ୍କା ସରକାରୀ ସହାୟତା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri