ପ୍ରକଳ୍ପ ନ ଥାଇ ଅର୍ଥ ହରିଲୁଟ୍‌

ଯାଜପୁର ଅଫିସ,୨୩ା୧୨:ଗ୍ରାମାଞ୍ଚଳର ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରୁଛି ା ଦୁର୍ନୀତିକୁ ରୋକିବାକୁ ବିଭିନ୍ନସ୍ତରରେ ନିଯୁକ୍ତ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତାକୁ ଦାୟୀ କରାଯାଇଛି ା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ବି ଦୁର୍ନୀତି କରିବାକୁ ଆହୁରି ଖୋରାକ ଯୋଗାଉଛି ା ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମଳିଛି ଯାଜପୁର ଜିଲା ରସୁଲପୁର ବ୍ଳକ ଲକ୍ଷ୍ମୀନଗର ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ର ବିଭିନ୍ନ ପ୍ରକଳ୍ପରେ ା ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ବିଭିନ୍ନ ପ୍ରକଳ୍ପରେ ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ା ଏହାପରେ ବି ହରିଲୁଟ୍‌କାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି ା
ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ ହେଉଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ଦେଶର କେତେକ ରାଜ୍ୟରେ ଏହି ଯୋଜନାକୁ ଉତ୍ସାହଜନକ ସଫଳତା ମିଳିଛି ବୋଲି କୁହାଯାଉଛି। ବିଗତ ନିର୍ବାଚନର ଫଳାଫଳକୁ ମଧ୍ୟ ଏହି ସଫଳତା ଅନେକାଂଶରେ ପ୍ରଭାବିତ କରିଛି । ଉକ୍ତ ଆଇନରେ ପ୍ରାକୃତିକ ସମ୍ବଳ ଯଥା:-ଜଳ ଅମଳ ପ୍ରକଳ୍ପ, ପୋଖରୀ ପୁନରୁଦ୍ଧାର, ମରୁଡ଼ି ନିରାକରଣ ଏବଂ ଗରିବଙ୍କ ଜମିର ଉନ୍ନୟନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି ା କିନ୍ତୁ ଯାଜପୁର ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଣ୍ଠି ବିନିଯୋଗରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ୬୫ ପ୍ରତିଶତ ଖର୍ଚ୍ଚ କରାଯାଇଥିବାବେଳେ ପ୍ରାକୃତିକ ସମ୍ବଳ ସୃଷ୍ଟି କ୍ଷେତ୍ରରେ ମାତ୍ର ୩୫ ପ୍ରତିଶତ ଖର୍ଚ୍ଚ କରାଯାଉଛି । ଏହି ଯୋଜନା ଅନ୍ୟ ସାଧାରଣ ଯୋଜନା ଭଳି ଅମଲାତନ୍ତ୍ର ଏବଂ ଠିକାଦାରଙ୍କ ଜାଲରେ ଛନ୍ଦି ହୋଇ ଦିଗହରା ହୋଇଥିବା ପରିଲକ୍ଷିତ ହେଉଛି। ଏନ୍‌ଆର୍‌ଇଜିଏସ୍‌ର ଗାଇଡ୍‌ ଲାଇନ ଅନୁସାରେ ଉକ୍ତ ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିରୁ ଲୋକଙ୍କୁ ମଜୁରୀ ଦେବାରେ ୬୦ପ୍ରତିଶତରୁ କମ ଖର୍ଚ୍ଚ ହେବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି ା ମାତ୍ର ବାସ୍ତବ ପକ୍ଷେ ୫୦ ପ୍ରତିଶତ ମେଶିନ ଦ୍ୱାରା ଖର୍ଚ୍ଚ ହେଉଛି ା ମିଥ୍ୟା ମାଷ୍ଟରରୋଲ ତିଆରି କରି ଶ୍ରମିକଙ୍କ ନାମରେ ଏନ୍‌ଆର୍‌ଇଜିଏସ୍‌ ଟଙ୍କା ହରିଲୁଟ ହେଉଛି ା
ଅଭିଯୋଗ ଅନୁଯାୟୀ,୨୦୧୯-୨୦ ଆର୍ଥିକ ବର୍ଷଠାରୁ ଅଦ୍ୟାବଧି ଏହି ଯୋଜନାରେ ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଗ୍ରାମପଞ୍ଚାୟତ ଭିକିପୁର ଗ୍ରାମରେ ବ୍ୟାପକ ହରିଲୁଟ କରାଯିବା ସହିତ ଗୋଚର ଜମି ଅବରୋଧ କରାଯାଇଛି ା କରୋନା ସମୟରେ ରସୁଲପୁର ବ୍ଲକର ସର୍ବାଧିକ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟ ଲକ୍ଷ୍ମୀନଗର ପଞ୍ଚାୟତରେ କରାଯାଇଥିଲା ା କିନ୍ତୁ କେବଳ ଫଳକ ଲଗାଇ ଲକ୍ଷାଧିକ ଅର୍ଥ ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି ା ଭିକିପୁର ଗ୍ରାମରେ କୌଣସି ବୃକ୍ଷ ଲଗା ନ ଯାଇ ମିଛ ବିଲ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଛି ା ରିପୋର୍ଟ ଅନୁସାରେ ଭିକିପୁର ଗୋପାଳ ଜୀଉ ମଠ ପଡ଼ିଆରେ କେବଳ ଚାରା ରୋପଣ ନାମରେ ୪,୯୩,୭୮୬ ଟଙ୍କା ଏଯାଏ ଖର୍ଚ୍ଚ ହୋଇଛି। ଏଥିରେ ଅନାମ ଚରଣ ସାହୁ, ହୃଦାନନ୍ଦ ସ୍ବାଇଁ, ମଣି ମାଝି, ଟୁକୁନା ମାଝି, ନନ୍ଦକୁଶୋର ମାଝି, ରୁବି ମାଝି ପ୍ରମୁଖ ଶ୍ରମିକଙ୍କ ନାମରେ ମଷ୍ଟରରୋଲ ପ୍ରସ୍ତୁତ ହୋଇଛି। ସେହିପରି ଭିକିପୁର-ଯୋକଡିଆ ରାସ୍ତା, ଭିକିପୁର-କୃଷ୍ଣନଗର ରାସ୍ତା, ହିଙ୍ଗୁଳା ମନ୍ଦିର ନିକଟ ଜମି ମରାମତି, ହିଙ୍ଗୁଳା ହାଇସ୍କୁଲ ଖେଳପଡିଆର ଉନ୍ନତିକରଣ, ଗୋପାଳ ଜୀଉ ମଠ ପୋଖରୀ ଆଦି କାମରେ ବ୍ୟାପକ ହରିଲୁଟ୍‌ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧାଭାସ ସୃଷ୍ଟି ହେଉଥିଲେ ମଧ୍ୟ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଆକ୍ରମଣର ଭୟ ଦେଖାଇ ସେମାନଙ୍କ ମୁହଁ ବନ୍ଦ କରି ରଖିଥିବା ଅଧିକାଂଶ ଗ୍ରାମବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ା ଏନେଇ ଭିକିପୁର ଗ୍ରାମର ଚନ୍ଦ୍ରଶେଖର ପାଢୀ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସଂକ୍ରାନ୍ତରେ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri