ପ୍ରକଳ୍ପ ନ ଥାଇ ଅର୍ଥ ହରିଲୁଟ୍‌

ଯାଜପୁର ଅଫିସ,୨୩ା୧୨:ଗ୍ରାମାଞ୍ଚଳର ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରୁଛି ା ଦୁର୍ନୀତିକୁ ରୋକିବାକୁ ବିଭିନ୍ନସ୍ତରରେ ନିଯୁକ୍ତ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତାକୁ ଦାୟୀ କରାଯାଇଛି ା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ବି ଦୁର୍ନୀତି କରିବାକୁ ଆହୁରି ଖୋରାକ ଯୋଗାଉଛି ା ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମଳିଛି ଯାଜପୁର ଜିଲା ରସୁଲପୁର ବ୍ଳକ ଲକ୍ଷ୍ମୀନଗର ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ର ବିଭିନ୍ନ ପ୍ରକଳ୍ପରେ ା ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ବିଭିନ୍ନ ପ୍ରକଳ୍ପରେ ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ା ଏହାପରେ ବି ହରିଲୁଟ୍‌କାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି ା
ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ ହେଉଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ଦେଶର କେତେକ ରାଜ୍ୟରେ ଏହି ଯୋଜନାକୁ ଉତ୍ସାହଜନକ ସଫଳତା ମିଳିଛି ବୋଲି କୁହାଯାଉଛି। ବିଗତ ନିର୍ବାଚନର ଫଳାଫଳକୁ ମଧ୍ୟ ଏହି ସଫଳତା ଅନେକାଂଶରେ ପ୍ରଭାବିତ କରିଛି । ଉକ୍ତ ଆଇନରେ ପ୍ରାକୃତିକ ସମ୍ବଳ ଯଥା:-ଜଳ ଅମଳ ପ୍ରକଳ୍ପ, ପୋଖରୀ ପୁନରୁଦ୍ଧାର, ମରୁଡ଼ି ନିରାକରଣ ଏବଂ ଗରିବଙ୍କ ଜମିର ଉନ୍ନୟନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି ା କିନ୍ତୁ ଯାଜପୁର ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଣ୍ଠି ବିନିଯୋଗରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ୬୫ ପ୍ରତିଶତ ଖର୍ଚ୍ଚ କରାଯାଇଥିବାବେଳେ ପ୍ରାକୃତିକ ସମ୍ବଳ ସୃଷ୍ଟି କ୍ଷେତ୍ରରେ ମାତ୍ର ୩୫ ପ୍ରତିଶତ ଖର୍ଚ୍ଚ କରାଯାଉଛି । ଏହି ଯୋଜନା ଅନ୍ୟ ସାଧାରଣ ଯୋଜନା ଭଳି ଅମଲାତନ୍ତ୍ର ଏବଂ ଠିକାଦାରଙ୍କ ଜାଲରେ ଛନ୍ଦି ହୋଇ ଦିଗହରା ହୋଇଥିବା ପରିଲକ୍ଷିତ ହେଉଛି। ଏନ୍‌ଆର୍‌ଇଜିଏସ୍‌ର ଗାଇଡ୍‌ ଲାଇନ ଅନୁସାରେ ଉକ୍ତ ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିରୁ ଲୋକଙ୍କୁ ମଜୁରୀ ଦେବାରେ ୬୦ପ୍ରତିଶତରୁ କମ ଖର୍ଚ୍ଚ ହେବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି ା ମାତ୍ର ବାସ୍ତବ ପକ୍ଷେ ୫୦ ପ୍ରତିଶତ ମେଶିନ ଦ୍ୱାରା ଖର୍ଚ୍ଚ ହେଉଛି ା ମିଥ୍ୟା ମାଷ୍ଟରରୋଲ ତିଆରି କରି ଶ୍ରମିକଙ୍କ ନାମରେ ଏନ୍‌ଆର୍‌ଇଜିଏସ୍‌ ଟଙ୍କା ହରିଲୁଟ ହେଉଛି ା
ଅଭିଯୋଗ ଅନୁଯାୟୀ,୨୦୧୯-୨୦ ଆର୍ଥିକ ବର୍ଷଠାରୁ ଅଦ୍ୟାବଧି ଏହି ଯୋଜନାରେ ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଗ୍ରାମପଞ୍ଚାୟତ ଭିକିପୁର ଗ୍ରାମରେ ବ୍ୟାପକ ହରିଲୁଟ କରାଯିବା ସହିତ ଗୋଚର ଜମି ଅବରୋଧ କରାଯାଇଛି ା କରୋନା ସମୟରେ ରସୁଲପୁର ବ୍ଲକର ସର୍ବାଧିକ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟ ଲକ୍ଷ୍ମୀନଗର ପଞ୍ଚାୟତରେ କରାଯାଇଥିଲା ା କିନ୍ତୁ କେବଳ ଫଳକ ଲଗାଇ ଲକ୍ଷାଧିକ ଅର୍ଥ ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି ା ଭିକିପୁର ଗ୍ରାମରେ କୌଣସି ବୃକ୍ଷ ଲଗା ନ ଯାଇ ମିଛ ବିଲ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଛି ା ରିପୋର୍ଟ ଅନୁସାରେ ଭିକିପୁର ଗୋପାଳ ଜୀଉ ମଠ ପଡ଼ିଆରେ କେବଳ ଚାରା ରୋପଣ ନାମରେ ୪,୯୩,୭୮୬ ଟଙ୍କା ଏଯାଏ ଖର୍ଚ୍ଚ ହୋଇଛି। ଏଥିରେ ଅନାମ ଚରଣ ସାହୁ, ହୃଦାନନ୍ଦ ସ୍ବାଇଁ, ମଣି ମାଝି, ଟୁକୁନା ମାଝି, ନନ୍ଦକୁଶୋର ମାଝି, ରୁବି ମାଝି ପ୍ରମୁଖ ଶ୍ରମିକଙ୍କ ନାମରେ ମଷ୍ଟରରୋଲ ପ୍ରସ୍ତୁତ ହୋଇଛି। ସେହିପରି ଭିକିପୁର-ଯୋକଡିଆ ରାସ୍ତା, ଭିକିପୁର-କୃଷ୍ଣନଗର ରାସ୍ତା, ହିଙ୍ଗୁଳା ମନ୍ଦିର ନିକଟ ଜମି ମରାମତି, ହିଙ୍ଗୁଳା ହାଇସ୍କୁଲ ଖେଳପଡିଆର ଉନ୍ନତିକରଣ, ଗୋପାଳ ଜୀଉ ମଠ ପୋଖରୀ ଆଦି କାମରେ ବ୍ୟାପକ ହରିଲୁଟ୍‌ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧାଭାସ ସୃଷ୍ଟି ହେଉଥିଲେ ମଧ୍ୟ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଆକ୍ରମଣର ଭୟ ଦେଖାଇ ସେମାନଙ୍କ ମୁହଁ ବନ୍ଦ କରି ରଖିଥିବା ଅଧିକାଂଶ ଗ୍ରାମବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ା ଏନେଇ ଭିକିପୁର ଗ୍ରାମର ଚନ୍ଦ୍ରଶେଖର ପାଢୀ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସଂକ୍ରାନ୍ତରେ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri