ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍ର ମଙ୍ଗଳପୁର ଗ୍ରାମର ପାଟନାଳି ସାହି ବୈତରଣୀ ନଦୀକୂଳରେ ୨୦ ଟିକିଆ ହାତୀପଲ ଡେରା ପକାଇଛନ୍ତି। ଅନ୍ୟ ଏକ ଦଳରେ ପାଟଣା ସଂରକ୍ଷିତ ଜଙ୍ଗଲରେ ୭ ଟିକିଆ ହାତୀପଲ ରହିଛନ୍ତି। ମଙ୍ଗଳବାର ରାତିରେ ଗୋଠଛଡ଼ା ଦନ୍ତା ହାତୀଟି ଯମୁନାପୋଷି ଗ୍ରାମ ଚମ୍ପା ନାଏକ ଏବଂ ଭାରଣ୍ଡିଆ ଗ୍ରାମରେ ବୁଦ୍ଧଦେବ ମୁଣ୍ଡାଙ୍କ ଘର ଭାଙ୍ଗିବା ଥିବା ଜଣାପଡ଼ିଛି। କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବି କରିଛନ୍ତି।
ହାତୀପଲ ସୋମବାର ରାତିରେ ସ୍ବାମ ଗ୍ରାମର ସୁବ୍ରତ ଦ୍ୱିବେଦୀ, ବୀରକିଶୋର ଦାଶ ଓ ମଙ୍ଗଳବାର ରାତିରେ ସାଧୁପଡ଼ା ଗ୍ରାମର ରମାକାନ୍ତ ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ଶତ୍ରୁଘ୍ନ ମହାନ୍ତ, ମାଳତୀ ମହାନ୍ତ, ଖିରମଣି ମହାନ୍ତ, ସାବିତ୍ରୀ ମହାନ୍ତ, ଶରତ ଚନ୍ଦ୍ର ମହାନ୍ତଙ୍କ ବିଲକୁ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି।