ଠାକୁରମୁଣ୍ଡାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ଠାକୁରମୁଣ୍ଡା,୧୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ୨୬ ଟିକିଆ ହାତୀପଲ ପଶି ଆସିଛନ୍ତି। ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛି। ସପ୍ତାହେ ହେଲାଣି ଏହି ହାତୀପଲଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଓ ବନ ବିଭାଗ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଗୁରୁବାର ରାତିରେ ହାତୀପଲ ତାଳପଦା ଗ୍ରାମରେ ପଶି ସୁରୁବାଲି ହୋଙ୍କ ଘର ଭାଙ୍ଗି ୧ କୁଇଣ୍ଟାଲ ଚାଉଳ,୪ ବସ୍ତା ଧାନ ଖାଇ ଦେଇଥିଲେ। ସେହିପରି ଗ୍ରାମର ଅନ୍ୟ ଲୋକଙ୍କ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ବିଦା ପୂର୍ତ୍ତୀଙ୍କ ଘର କାନ୍ଥ ଭାଙ୍ଗି ଥିଲେ ମଧ୍ୟ ଘରେ ଶୋଇଥିବା ଭପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ।