କଳାହାଣ୍ଡିରେ ପୁଣି ହାତୀ ଆତଙ୍କ: ନର୍ଲାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ୨ ମାସରେ ଗଲାଣି ୨ ଜୀବନ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି ମାଝୀ (୬୧) ନାମକ ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ସବୁଦିନ ଭଳି ବୃଦ୍ଧ ସକାଳୁ ଗାଁ ଶେଷ ମୁଣ୍ଡରେ ରହିଥ‌ିବା ନିଜ ଜମିକୁ ଯାଇ କିଛି କାମ କରୁଥିଲେ । ଏହି ସମୟରେ ହଠାତ୍ ଏକ ହାତୀ ଆସି ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ଫରେଷ୍ଟର ଭବାନୀ ନାଏକ ଓ ଫରେଷ୍ଟ ଷ୍ଟାଫ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଯେ, ଗତ ୧୩ ତାରିଖ ହାତୀ ଆକ୍ରମଣରେ ଜିଲାର ଭବାନୀପାଟଣା ବ୍ଲକ ଚାଞ୍ଚେର ପଞ୍ଚାୟତର ପରଡ଼ଙ୍ଗଗୁଡା ଲୟା ମାଝୀ (୫୧) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ହାତୀ ଉପଦ୍ରବରେ ଦିନକୁ ଦିନ ଅନେକ ପ୍ରାଣ ଯାଉଛି, ଯାହାକି ଚିନ୍ତାର କାରଣ ସାଜିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ…

ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ  ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ…

ମନ୍ଦିର ନିର୍ମାଣ ସରିବା ପରେ ବି ମିଳୁନି ବକେୟା ଅର୍ଥରାଶି, ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ବାରିଆକଟା ଗ୍ରାମ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ଗତ ୨୦୨୩-୨୪ ଆର୍ଥିକବର୍ଷରେ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

ଦୋଳ ବିମାନରେ ପୂଜା ପାଉଛନ୍ତି ରାଧାମାଧବ

କାକଟପୁର/ଅସ୍ତରଙ୍ଗ,୨ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ରିଶୋଲ ଅଞ୍ଚଳରେ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀନଦୀ ପାର…

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ୧୦ରୁ ଅଧିକ ମହିଳା, ବୁଲାଣି ରାସ୍ତାରେ ଘଟିଲା…

ବାଲିଗୁଡ଼ା,୨ା୩(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡ଼ମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮…

ଶୌଚ ପାଇଁ ଯାଇଥିବା ବେଳେ ଅରଖପୁରରେ ଯୁବକଙ୍କୁ ଗୁଳିମାଡ, ଗ୍ରାମବାସୀଙ୍କ ନିକଟରେ ନାହିଁ…

ପୁରୁଷୋତ୍ତମପୁର,୨।୩(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁଳିମାଡ଼ । ସୋମବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ…

ବିଜେଡି ଯାହା କରିଛି ଠିକ୍‌ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…

ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍‌ଠୋକ୍‌ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍‌ କରିଛି। ଡାକ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri