କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ ଆଜି ସକାଳ ଅର୍ଥାତ୍‌ ୧୨ ଘଣ୍ଟା ମଧ୍ୟରେ ତିନି ଜଣଙ୍କ ଜୀବନ ନେଇଛି ଦନ୍ତା ହାତୀ। ଗତକାଲି ସନ୍ଧ୍ୟାରେ ରାଇକିଆ ବ୍ଲକର ପେଟାପାଙ୍ଗା ଗ୍ରାମ ଡଡା ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଥିଲେ। ଗ୍ରାମବାସୀ କୀର୍ତ୍ତନ ବଗର୍ତ୍ତୀ ଓ ବାମଦେବ ପ୍ରଧାନ ଜଙ୍ଗଲକୁ ଯାଇଥିଲେ। ନିଜ କାମ ସାରି ଫେରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳୁ ହାତୀ ହାବୁଡରେ ପଡ଼ି ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ପାବୁରିଆ ସରପଞ୍ଚ ସଞ୍ଜୟ ନାୟକଙ୍କ ସୂଚନା ଅନୁସାରେ, ରାତି ୩.୩୦ ମିନିଟରେ ହାତୀକୁ ମାଲେରିମାହାଠାରେ ଦେଖିଥିଲେ ପ୍ରାୟ ଭୋର ୪ ଟା ବେଳେ ସିଂଦିରିଗୁଡା଼ ଗ୍ରାମ ନିକଟ ଦାନୀପାଙ୍ଗା ଜଙ୍ଗଲରେ ହାତୀ ଜଣକୁ ମାରିଥିବା ଥିବା ସୂଚନା ପାଇଥିଲେ। ମୃତକ ହେଲେ ପାବୁରିଆ ପଞ୍ଚାୟତ ନେଡିନାଯୁ ଗ୍ରାମର କଳାନିଧି ପ୍ରଧାନଙ୍କ ପୁଅ ଦୁରି ପ୍ରଧାନ(୨୭)। ଘଟଣାସ୍ଥଳରେ ଶବ ପଡ଼ିଥିଲେ ମଧ୍ୟ ପୋଲିସ କିମ୍ବା ବନ ବିଭାଗ ଅଧିକାରୀ ପହଁଞ୍ଚି ନାହଁନ୍ତି। ଗତକାଲିଠାରୁ ଅଞ୍ଚଳରେ ହାତୀ ମଣିଷ ଆକ୍ରମଣ କରୁଥିଲେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପ୍ରକାର ଡାକବାଜି ମାଧ୍ୟମରେ ସଚେତନତା କରାଯାଇନାହିଁ, ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଜଙ୍ଗଲରେ ହାତୀ ଉପସ୍ଥିତି ବିଷୟ ଲୋକେ ଅବଗତ ନ ଥିବା ଫଳରେ ଲୋକେ ଜଙ୍ଗଲକୁ ଯାଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି। ପ୍ରଶାସନ ଏହି ହାତୀ ଘଉଡ଼ାଇବା ନେଇ ଦୃଢ଼ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ…

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ…

ରୁଷିଆ ତେଲକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତର ବଡ଼ ଗେମ୍‌!

ମସ୍କୋ,୧୪।୩: ଇରାନରେ ଚାଲିଥିବା ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ସମ୍ପ୍ରତି, ବିଶ୍ୱ ବଜାରରେ ତୈଳ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri