ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା, ଅର୍ଥକାରୀ ଓ ତୈଳଜାତ ଫସଲ ମଧ୍ୟ ବହୁଳ ପରିମାଣରେ ଚାଷ କରାଯାଇଛି। ତେବେ ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କୁ ହାତୀ, ବାର୍‌ହା ଚିନ୍ତା ଘାରିଛି।

ଏବେ ପରିବା ଓ ରବି ଫସଲ କିଆରିରେ ହାତୀ, ବାର୍‌ହା ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବିଗତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଏବେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁ ଚାଷୀଙ୍କ ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଚାଷ କାର୍ଯ୍ୟରୁ ଚାଷୀ ମୁହଁ ଫେରାଇ ନେବାକୁ ବସିଲାଣି। ସମ୍ପ୍ରତି କିଛିଦିନ ହେଲା ହାତୀ ଓ ବାର୍‌ହା ପଲଙ୍କ ଉତ୍ପାତ ଯୋଗୁ ବେଗୁନିଆ ବ୍ଳକରେ ବ୍ୟାପକ ଫସଲ ହାନି ହୋଇଛି। ଚଳିତ ଖରିଫ ଋତୁରେ ବ୍ଲକରେ ପ୍ରାୟ ୮ଟି ପଞ୍ଚାୟତର ୪୦ରୁ ଉଦ୍ଧର୍‌ବ ଗାଁର ବହୁ ଚାଷୀଙ୍କର ୬୪ ଏକରରୁ ଊର୍ଦ୍ଧ୍ୱ ଧାନ ଓ ପରିବା ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।

ଫସଲ ହାନି ହୋଇଥିବା ଅଞ୍ଚଳ ମଧ୍ୟରେ ହଜ, ସିକୋ, ହୀରାପୁର, ବୋତଳମା, ଦେଉଳି, ଗୋବିନ୍ଦପୁର, କୁଞ୍ଜୁରି ଓ ଶଗଡ଼ଭଙ୍ଗା ଅବସ୍ଥିତ। କ୍ଷତିଗ୍ରସ୍ତ ଚାଷୀମାନେ ବନ ବିଭାଗ ଓ କୃଷି ବିଭାଗ ନିକଟରେ ବାରମ୍ୱାର ଅଭିଯୋଗ କରିଛନ୍ତି, ମାତ୍ର ନିରାଶ ହେବାକୁ ପଡ଼ିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ଏକର ପିଛା ୧୦ ହଜାରରୁ ୧୨ ହଜାର ଟଙ୍କା କ୍ଷତିପୂରଣ ସହାୟତା ମିଳୁଛି, ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ବୋଲି ଚାଷୀ ଭାଗୀରଥି ଦଳସିଂହରାୟ, କ୍ଷେତ୍ରବାସୀ ପରିଡା, ବିଶ୍ୱମ୍ୱର ମାଝି, ଦିଗମ୍ୱର ପଣ୍ଡା ପ୍ରମୁଖ କହିଛନ୍ତି।

ସେମାନେ ଆହୁରି କହିଛନ୍ତି,ଗତ ୧୩ ବର୍ଷ ହେଲା ଚନ୍ଦକା ଜଙ୍ଗଲରୁ ହାତୀପଲ ଆସି ବେଗୁନିଆ ବ୍ଳକର ନାରଗୋଦା ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି। ସେହି ସମୟରେ ୨ରୁ ୩ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା। ବର୍ଷକୁ ବର୍ଷ ସେମାନେ ବଂଶ ବିସ୍ତାର କରୁଛନ୍ତି। ପଲରେ ଏବେ ୪ଟି ଦନ୍ତା, ୪ଟି ଛୁଆ ସହ ୮ଟି ମା’ ହାତୀ ଚଲାବୁଲା କରୁଥିବା ଦେଖିଛୁ। ସା ହେଲେ ହାତୀପଲ ବିଭିନ୍ନ ଗାଁକୁ ପଶି ଆସୁଛନ୍ତି, ଧନ ସମ୍ପତ୍ତି ନଷ୍ଟ କରିବା ସହ ଜୀବନ ନେଉଛନ୍ତି। ସେହିପରି ବାର୍‌ହା ପଲଙ୍କ ପ୍ରାଦୁର୍ଭାବ କଥା ନ କହିବା ଭଲ। ଯଦି ବନବିଭାଗ ପକ୍ଷରୁ ହାତୀ ପଲଙ୍କୁ ଆୟତ୍ତ କରାଯାଇ ଚନ୍ଦକା ଜଙ୍ଗଲକୁ ନିଆଯାଇପାରନ୍ତା, ତେବେ ଚାଷୀଙ୍କ ଦୁଃଖ କିଛିମାତ୍ରାରେ ଲାଘବ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri