ଗାଜଲବାଡି ଘାଟିରେ ହାତୀ ଆତଙ୍କ: ଲୋକେ ଭୟଭୀତ

ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହାତୀ ଆତଙ୍କ ଦେଖାଯାଇଛି। ତେବେ ଉକ୍ତ ଅଞ୍ଚଳରେ ହାତୀ ବୁଲିବା କିଛି ନୂଆ ଘଟଣା ହୋଇ ନ ଥିଲେ ମଧ୍ୟ ଉକ୍ତ ଘାଟି ହାତୀଙ୍କ କରିଡର ଭାବେ ଜଣାଶୁଣା ରହିଛି। ତେବେ ଏହି ହାତୀପଲ ଏବେ ସୋରଡ଼ା ବନବିଭାଗର ଗାଜଲବାଡି ସେକ୍ସନର ଭୁତପଙ୍କାଳ, ରାମନାବାଡି ଛକ ହୋଇ ୫୯ନଂ ଜାତୀୟ ରାଜପଥ ଉପରେ ବୁଲୁଥିବା ଓ ଏକାଧିକ ହାତୀ ରହିଥିବା ପ୍ରତ୍ୟକ୍ଷୟଦର୍ଶି କହିଛନ୍ତି। ହାତୀପଲ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଲଖାରି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ୨୦୦୮/୦୯ମସିହାରେ ମଧ୍ୟ ଲେଖାରି ଜଙ୍ଗଲରୁ ଗାଜଲବାଡି ଘାଟି ହୋଇ ରାଇକିଆର ଡକରବାଡ଼ି ଦେଇ ଦାରିଙ୍ଗବାଡି ବନାଞ୍ଚଳର ବାଡାବାଙ୍ଗା, ସିମନବାଡି, କିରିକୁଟି ପଞ୍ଚାୟତ ପର୍ଯ୍ୟନ୍ତ ଆସି ବହୁ ଧନହାନୀ ହୋଇଥିଲା। ଏବେ ଗାଜଲବାଡିରେ ହାତୀପଲ ରହିଥିବାରୁ ସେଠାରେ ପ୍ରବଳ ମାତ୍ରାରେ ବାଉଁଶ ଓ ବିଭିନ୍ନ ପ୍ରକାର ଗଛ ଏବଂ ଜଳର ପରିମାଣ ଯଥେଷ୍ଟ ରହିଥିବାରୁ ହାତୀଙ୍କ ବାସସ୍ଥାନ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ଫଳରେ ଏହି ସମୟରେ ଦୀର୍ଘ ଦିନ ଧରି ହାତୀ ସେହି ଘାଟି ଉପରେ ରହୁଥିବା ଜଣାପଡିଛି। ହାତୀ ରହିଥିବାରୁ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ରାଜପଥର ଗାଜଲବାଡି ଘାଟିରେ ଶହ ଶହ ଛୋଟ ବଡ଼ ଗାଡି ଅଟକି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ ଅପ୍‌ଡେଟ୍‌

ଭୁବନେଶ୍ୱର,୨୧।୩: ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ ଅପଡେଟ୍‌ । ରାଜ୍ୟରେ ଆଉ ନିଯୁକ୍ତି ହେବନି ଚୁକ୍ତି ଭିତ୍ତିକ ଶିକ୍ଷକ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri