ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

କେନ୍ଦୁଝର, ୩୧।୮(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ୍‌ ଅଧୀନ ଜୁଡିଆ ନିକଟ ଓୟୁଏଟି ପରିସରରେ ବିଦ୍ୟୁତ୍‌ ଆଘାତରେ ୨ ମାଈ ହାତୀଙ୍କ ମୃତ୍ୟୁ ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମ ଉଚ୍ଚତାରେ ଥିବା ବିଦ୍ୟତ୍‌ ତାରରେ ଲତା ଲାଗିଥିଲେ ହେଁ ନିୟମିତ ବନ ଏବଂ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ଜଣେ ଜଣେ ଫରେଷ୍ଟ ଗାର୍ଡଙ୍କୁ ଏକାଧିକ ବିଟ୍‌ ଦାୟିତ୍ୱ ଦିଆଯାଇଥିବାରୁ ଜଙ୍ଗଲ ସୁରକ୍ଷା ଠିକ୍‌ ଭାବରେ ହୋଇପାରୁନାହିଁ। ଅନ୍ୟପକ୍ଷେ ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ଗତ ୨୫ ତାରିଖ ଭୋର ସମୟରେ ୯ଟିକିଆ ହାତୀପଲ ନିକଟସ୍ଥ ସାନଘାଗରା ଡିପିଏଫ୍‌ ଜଙ୍ଗଲରେ ରହି ଆସୁଥିବାବେଳେ ସେଥିମଧ୍ୟରୁ ୨ଟି ମାଈ ହାତୀ ଓୟୁଏଟି ପରିସରକୁ ଖାଦ୍ୟ ଅନ୍ବେଷଣରେ ଆସି ଲତା ଖାଇବାବେଳେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ୨.୪ ମିଟର ଉଚ୍ଚତାରେ ଏଲ୍‌ଟି ଲାଇନ ଥିବାରୁ ହାତୀ ସହଜରେ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ମଧ୍ୟ ଲାଇନ ଟ୍ରିପ୍‌ ହୋଇ ନ ଥିଲା। ବିଦ୍ୟୁତ୍‌ ତାର ଉପରେ ଡାଳ ଖଣ୍ଡେ ପଡିଲେ ଲାଇନ କଟୁଥିଲେ ମଧ୍ୟ ହାତୀ ଦୁଇଟି ମରିଥିଲେ ମଧ୍ୟ ଲାଇନ ଟ୍ରିପ୍‌ ନ ହେବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ନିକଟସ୍ଥ ସବଷ୍ଟେଶନରେ କଟ୍‌ଆଉଟ ନ ଦିଆଯାଇ ସିଧାସଳଖ ୧୧ କେଭିକୁ ସଂଯୋଗ ଦିଆଯାଇଥିଲା। ସାନଘାଗରା ଡିପିଏଫ୍‌ ନିକଟରେ ଖୋଲା ଟ୍ରାନ୍ସଫର୍ମର ରହିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଉକ୍ତ ଅଞ୍ଚଳ ଦେଇ ଯାଇଥିବା ୧୧ କେଭି ତାର ଇନସୁଲେଟେଡ କେବୁଲ ମାଧ୍ୟମରେ ବିଛା ଯାଇଥିବାବେଳେ ୫୫ମିଟର ଲୋ-ଟ୍ରାନ୍ସମିଶନ(ଏଲଟି) ଲାଇନ କେବୁଲ କରାଯାଇ ନ ଥିବାରୁ ଏଭଳି ଅଘଟଣ ଘଟିଛି। ତେବେ ହାତୀ ମତ୍ୟୁ ପରେ ୨୫ ତାରିଖ ରାତିରେ ବିଦ୍ୟୁତ୍‌ ବିଭାଗର ଏକ ଟିମ୍‌ ହାତୀ ମରିଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଥିବା ସବଷ୍ଟେଶନରେ କଟ୍‌ଆଉଟ ଲଗାଇଥିବା ଜଣାପଡିଛି। ଏହି ଘଟଣା ପରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri