ହାତୀ ଉପଦ୍ରବ, ଲୋକେ ଆତଙ୍କିତ

କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ବିଭିନ୍ନ ଜଙ୍ଗଲରେ ୬୦ ଟି ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ଦିନରେ ଜଙ୍ଗଲରେ ଲୁଚି ରହୁଛନ୍ତି ଓ ରାତି ହେଲେ ବାହାରକୁ ବାହାରି ଉପଦ୍ରବ କରୁଛନ୍ତି। ତନ୍ମଧ୍ୟରୁ ପାର୍ବତୀପୁର ଜଙ୍ଗଲରେ ୨୬, ହରିଡ଼ା ଯୋଡ଼ି ଜଙ୍ଗଲରେ ୧୪ ଓ କାଞ୍ଜିପାଣି ଜଙ୍ଗଲରେ ୨୦ ହାତୀ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। କିଛି ଦିନ ହେଲା ହାତୀପଲ ଉକ୍ତ ଅଞ୍ଚଳରେ ବ୍ୟାପକ ଫସଲ ହାନି ଘଟାଉଥିବାରୁ ଲୋକମାନେ ଚିନ୍ତାରେ ରହିବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି। ବନ ବିଭାଗ କର୍ମଚାରୀମାନେ ହାତୀମାନଙ୍କ ଉପରେ ନଜର ରଖିବା ସହ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।