ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୯ା୧୧: ମାସକ ପରେ ପୁଣି ଖୋର୍ଦ୍ଧା ସହରରେ ପଶିଛି ହାତୀ। ରବିବାର ସନ୍ଧ୍ୟାରେ ମୁକୁନ୍ଦପ୍ରସାଦ ନିକଟରେ ଗୋଟିଏ ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଖବର ପାଇ ବନ ବିଭାଗ ଓ ପୋଲିସ ପହଞ୍ଚି ଘଉଡ଼ାଇବାରୁ ହାତୀଟି ସାମନ୍ତରାପୁର ଆଡ଼କୁ ଚାଲିଯାଇଥିଲା। ସାମନ୍ତରାପୁର ଛକ ନିକଟରେ ହାତୀଟି ଛିଡ଼ାହୋଇ ରହିବାରୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ସକାଳେ କୁମାରବସ୍ତ କାଜୁ ଜଙ୍ଗଲରେ ହାତୀଟି ବୁଲୁଥିଲା। ସନ୍ଧ୍ୟାରେ ସେ ଖୋର୍ଦ୍ଧା ସହର ଆଡ଼କୁ ମୁହଁାଇଥିଲା। ରାତି ସାଢେ ୮ଟାରେ ସାମନ୍ତରାପୁର ଛକକୁ ଚାଲି ଆସି ଦୀର୍ଘ ସମୟ ଧରି ଅଟକି ରହିଥିଲା। ଫଳରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ପ୍ରକାଶ ଥାଉ କି, ଗତ ଅକ୍ଟୋବର ୭ରେ ହାତୀ ଖୋର୍ଦ୍ଧା ଉପକଣ୍ଠ ପଲ୍ଲା ସ୍କୁଲ ନିକଟ ଅଞ୍ଚଳରେ ୨ଟି ଦନ୍ତା ହାତୀ ପଶିଥିଲେ। ସେହିପରି ଅକ୍ଟୋବର ୪ରେ ଜିଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବିଭାଗ ନିକଟ ଅଞ୍ଚଳକୁ ଦୁଇଟି ହାତୀ ପଶିଆସିିଥିଲେ।