ଦେବଗଡ,୮।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଆମାଳ ବନାଞ୍ଚଳ ଏକ ଦନ୍ତା ହାତୀ ମୃତ। ରେଙ୍ଗାଳବେ ସେକ୍ସନ ଅନର୍ଗତ କାଉଁସିତଇଲା ଗାଁ ରାସ୍ତା ନିକଟରେ ହାତୀର ମୃତ ହେହ ଠାବ ହୋଇଛି। ହାତୀର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ମୃତ୍ୟୁ ବିଦ୍ୟୁତ ସଂସ୍ପର୍ଶରେ ହୋଇଥିବା ଅନୁମାନ କରାଯାଉଛି।


