ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି । ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ସକାଳୁ ବାଲିଆପଶି ଗ୍ରାମବାସୀ ଶୌଚ ହେବାକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ମରି ପଡି ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ କିପରି ଓ କାହିଁକି ହାତୀର ମୃତ୍ୟୁ ହେଲା ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରକାଶଥାଉକି, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡିଥିଲା । ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଡ୍ରୋନ କ୍ୟାମେରା ସାହାଯ୍ୟରେ ଫାଶରେ ପଡିଥିବା ବାଘକୁ ଦେଖି ଉଦ୍ଧାର କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ: ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ ୫୩ ନଂ. ଜାତୀୟ ରାଜପଥ ମଶାକଣି ବଡଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ରହିଛି। ଏହି…

ବେକରେ ଛୁରି ଲଗାଇ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ମୁଖାପିନ୍ଧି ଲୁଟିନେଲେ ୧୫ ଭରି ସୁନା…

ଲାଞ୍ଜିଗଡ,୫।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ…

ସୁଶ୍ରୀ କ୍ରିଷ୍ଣା ପତି ବ୍ଲକ ଟପ୍ପର: ଛୁଟୁଛି ଶୁଭେଚ୍ଛାର ସୁଅ

ଅତାବିରା, ୫ା୫(ଯୁଧିଷ୍ଠିର ମହାପାତ୍ର):ଚଳିତ ମାଟ୍ରିକ ପରୀକ୍ଷାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ, ଲାଦରପାଲି, ଅତାବିରା ଶତ ପ୍ରତିଶତ ସଫଳତା ହାସଲ କରିଛି। ସୁଶ୍ରୀ କ୍ରିଷ୍ଣା ପତି ୫୬୩ମାର୍କ…

ବହୁମତରୁ ବଞ୍ଚିତ ବିଜୟଙ୍କ ଆଡ଼କୁ ‘ହାତ’ ବଢ଼ାଇବ କି କଂଗ୍ରେସ? ରାହୁଲ ଦେଲେ ବଡ଼ ସଙ୍କେତ

ଚେନ୍ନାଇ,୫।୫: ନିର୍ବାଚନୀ ରାଜନୀତିରେ ଏକ ଚମତ୍କାର ପ୍ରବେଶ ସହିତ, ବିଜୟ ଥାଲାପତି ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ ଦୀର୍ଘ ସମୟ ଧରି ପ୍ରଭାବ ବିସ୍ତାର କରିଥିବା ଡିଏମକେ ଏବଂ…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ…

କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି।…

ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ! ଆମେରିକାରେ କମୁଛି ଟ୍ରମ୍ପଙ୍କ ଲୋକପ୍ରିୟତା, ସର୍ଭେରେ କରାଗଲା ବଡ଼ ଦାବି

ଓ୍ବାଶିଂଟନ,୫।୫: ଯୁକ୍ତରାଷ୍ଟ୍ରରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମଗ୍ରିକ ଅନୁମୋଦନ ମୂଲ୍ୟାଙ୍କନ ୩୭ ପ୍ରତିଶତକୁ ହ୍ରାସ ପାଇଛି, ଏବଂ ୬୬ ପ୍ରତିଶତ ଆମେରିକୀୟ ନାଗରିକ ତାଙ୍କ ଅର୍ଥନୈତିକ ନୀତି…

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri