Categories: ଫୁରସତ

ସଫାରିରେ ଯାଉଥିବା ପର୍ଯ୍ୟଟକଙ୍କୁ ଏମିତି ଗୋଡାଇଲା ହାତୀ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସଫାରି ଗାଡିରେ ଯାଉଥିବା ପର୍ଯ୍ୟଟକଙ୍କୁ ଏକ ହାତୀ ଗୋଡାଉଥିବାର ନଜର ଆସୁଛି। ତେବେ ପୂରା ଘଟଣାଟି ହେଉଛି, ଏକ ସଫାରି ଗାଡିରେ ପର୍ଯ୍ୟଟକମାନେ ହାତୀଟିର ପଛରେ ଅନୁସରଣ କରୁଥିଲେ, ଆଉ ସେ କେଉଁ ଆଡେ ଯାଉଛି ତା’ର ଏକ ଭିଡିଓ ମଧ୍ୟ କରୁଥିଲେ। ଠିକ୍‌ ସେହି ସମୟରେ ହାତୀଟି ପଛକୁ ଫେରି ତାଙ୍କୁ ଗୋଡାଇବାକୁ ଲାଗିଲା। ପରେ ପର୍ଯ୍ୟଟକମାନେ ଭୟରେ ଗାଡିକୁ ପଛକୁ ଚଳାଇବାକୁ ଆରମ୍ଭ କଲା। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସାକେଟ ବାଡୋଲା ସୋସିଆଲ ମିଡିଆରେ ଶେୟାର କରିଛଥିବା ବେଳେ ୭୦୦୦ରୁ ଅଧିକ ୟୁଜର୍ସ ଦେଖିସାରିଲେଣି। କେହି କେହି କମେଣ୍ଟରେ ଲେଖିଛନ୍ତି, ଏଭଳି ଲୋକଙ୍କୁ କଠୋର ଦଣ୍ଡ ଦିଆଯିବା ଦରକାର।

Share