Posted inUncategorized

ମାଟିତଳୁ ହାତୀର ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୯।୨(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.):  ହାତୀ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ଆଠଗଡ଼ ବନଖଣ୍ଡ। ହାତୀ ମୃତ୍ୟୁ ପାଇଁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଆଠଗଡ଼ ରେଞ୍ଜ ଅଫିସର ନିଲମ୍ବିତ ହୋଇଥିବାବେଳେ ସେହି ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରୁ ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏହି ରେଞ୍ଜରେ ଥିବା ବାରାସିଂଘା ବିଟ୍‌ରୁ ମାତ୍ର ଏକ କିଲୋମିଟର ଦୂର ବାଲିକିଆରି ରିଜର୍ଭ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜବତ କରିଛି। ସୋମବାରଠାରୁ ଏସ୍‌ଟିଏଫ୍‌ର ଦୁଇଟି ଟିମ୍‌ ନରସିଂହପୁର ୱେଷ୍ଟ ରେଞ୍ଜ ଅଞ୍ଚଳରେ ଡେରା ପକାଇଥିଲା। ସେହି ରେଞ୍ଜରେ ୨ଟି ହାତୀଙ୍କୁ ମାରି ଦାନ୍ତ କାଟି ନିଆଯାଇଥିବା ଏସ୍‌ଟିଏଫ୍‌କୁ ଗୋଇନ୍ଦା ସୂଚନା ମିଳିଥିଲା। ସୋମବାର ପ୍ରଥମେ ଜୟପୁର ବିଟ୍‌ରେ ଥିବା ନର୍ସରିରେ ୮ ଜଣ ୱାଚରଙ୍କୁ ଏସ୍‌ଟିଏଫ୍‌ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଉଠାଇ ନେଇ ନରସିଂହପୁର ଥାନାରେ ରଖି ପଚରାଉଚରା କରି କିଛି ତଥ୍ୟ ସଂଗ୍ରହ କରିଥିଲା। ତେବେ ମଙ୍ଗଳବାର ସକାଳୁ ନର୍ସରି ପଛପଟେ ଏଛ ସ୍ଥାନକୁ ଖୋଳିବାକୁ ଯିବା ପୂର୍ବରୁ ଜୟପୁର ଓ ବାରାସିଂଘା ବିଟ୍‌ର ୱାଚରମାନେ ଏସ୍‌ଟିଏଫ୍‌ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଯେହେତୁ ଏହି ହାତୀ ମୃତ୍ୟୁ ଘଟଣାରେ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଗୋଇନ୍ଦା ସୂଚନା ଏସ୍‌ଟିଏଫ୍‌କୁ ମିଳିଥିଲା, ତେଣୁ ସେଠାରେ କାହା ସହ ଯୁକ୍ତି ନ କରି ଚୁପଚାପ ବାରାସିଂଘା ବିଟ୍‌ ଆଡ଼କୁ ଏସ୍‌ଟିଏଫ୍‌ ଟିମ୍‌ ମୁହାଁଇଥିଲେ। ବାରାସିଂଘା ବିଟ୍‌ରେ ସନ୍ଦେହଘେରରେ ଥିବା ସ୍ଥାନ ପାଖରେ ପହଞ୍ଚତ୍ବା ପରେ ଜେସିବି ଦ୍ୱାରା ମାଟି ଖୋଳାଗଲା ଏବଂ ନାଟକୀୟ ଘଟଣା କ୍ରମରେ ଏକ ଛୋଟ ହାତୀର କଙ୍କାଳ ଦେଖାଯାଇଥିଲା।
ହାତୀର କଙ୍କାଳ ଖୋଳି ବାହାର କରିବା ସମୟରେ ଏସ୍‌ଟିଏଫ୍‌ର ଅନୁରୋଧ କ୍ରମେ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଉପସ୍ଥିତ ଥିଲେ। ଆଠଗଡ଼ ଡିଏଫ୍‌ଓ ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମାଟିତଳୁ ସମସ୍ତ ହାଡ଼ ଓ ଅବଶିଷ୍ଟାଂଶକୁ ବାରାସିଂଘା ବିଟ୍‌ କାର୍ଯ୍ୟାଳୟରେ ରଖାଯାଇଛି। ବୁଧବାର ଓୟୁଏଟି ଭେଟେରିନାରି କଲେଜରୁ ପ୍ରାଣୀ ପୋଷ୍ଟ ମର୍ଟମ୍‌ ବିଶେଷଜ୍ଞ ତଥା ପାଥୋଲୋଜି ବିଭାଗର ପ୍ରଫେସର ଡା. ସୁଶେନ କୁମାର ପଣ୍ଡା ତାଙ୍କ ଟିମ୍‌ ଧରି ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡ଼ିବ।
ଅନ୍ୟପକ୍ଷରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଜଙ୍ଗଲରେ ଶିକାରୀମାନେ ହାତୀକୁ ମାରିବା ପରେ ଯେତେ ଶୀଘ୍ର ସମ୍ଭବ ଦାନ୍ତ କାଟିନେଇ ସେହି ସ୍ଥାନ ଛାଡ଼ି ପଳାନ୍ତି। ହେଲେ ଏହି ଘଟଣାରେ ଜେସିବି ବିନା ହାତୀକୁ ପୋତିବା ଏବଂ ଜଙ୍ଗଲରେ ଏହି କାମ ବନ କର୍ମଚାରୀଙ୍କ ଛଡ଼ା ଆଉ କେହି କରିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ନରସିଂହପୁର ୱେଷ୍ଟ ରେଞ୍ଜ ଅଫିସର ଅଶୋକ କୁମାର ବେହେରା କହିଛନ୍ତି, ବାଲିକିଆରି ସଂରକ୍ଷିତ ଜଙ୍ଗଲ ଭିତରେ ଏହି କାମ ହୋଇନାହିଁ। ସେହିପରି ଚଢ଼ାଉ ବେଳେ ଉପସ୍ଥିତ ଥିବା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ନରସିଂହପୁର ବ୍ଲକ ପ୍ରାଣୀଧନ ଅଧିକାରୀ ୨୦୨୧ରେ ମାତ୍ର ଗୋଟିଏ ହାତୀର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ତେଣୁ ଏହି ହାତୀଟି ବିନା ବ୍ୟବଚ୍ଛେଦରେ ପୋତା ହୋଇଥିବା ସ୍ପଷ୍ଟ ହେଉଛି। ଅର୍ଥାତ୍‌ ଉକ୍ତ ଘଟଣାରେ ସ୍ଥାନୀୟ ବନ କର୍ମଚାରୀଙ୍କ ହାତ ରହିଛି। ଏ ସମ୍ପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ଡିଏଫ୍‌ଓଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି। ଯଦି କେଉଁ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବ ତା’ହାଲେ ତାଙ୍କ ବିରୋଧରେ ନିଶ୍ଚୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri