Posted inUncategorized

ମାଟିତଳୁ ହାତୀର ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୯।୨(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.):  ହାତୀ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ଆଠଗଡ଼ ବନଖଣ୍ଡ। ହାତୀ ମୃତ୍ୟୁ ପାଇଁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଆଠଗଡ଼ ରେଞ୍ଜ ଅଫିସର ନିଲମ୍ବିତ ହୋଇଥିବାବେଳେ ସେହି ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରୁ ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏହି ରେଞ୍ଜରେ ଥିବା ବାରାସିଂଘା ବିଟ୍‌ରୁ ମାତ୍ର ଏକ କିଲୋମିଟର ଦୂର ବାଲିକିଆରି ରିଜର୍ଭ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜବତ କରିଛି। ସୋମବାରଠାରୁ ଏସ୍‌ଟିଏଫ୍‌ର ଦୁଇଟି ଟିମ୍‌ ନରସିଂହପୁର ୱେଷ୍ଟ ରେଞ୍ଜ ଅଞ୍ଚଳରେ ଡେରା ପକାଇଥିଲା। ସେହି ରେଞ୍ଜରେ ୨ଟି ହାତୀଙ୍କୁ ମାରି ଦାନ୍ତ କାଟି ନିଆଯାଇଥିବା ଏସ୍‌ଟିଏଫ୍‌କୁ ଗୋଇନ୍ଦା ସୂଚନା ମିଳିଥିଲା। ସୋମବାର ପ୍ରଥମେ ଜୟପୁର ବିଟ୍‌ରେ ଥିବା ନର୍ସରିରେ ୮ ଜଣ ୱାଚରଙ୍କୁ ଏସ୍‌ଟିଏଫ୍‌ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଉଠାଇ ନେଇ ନରସିଂହପୁର ଥାନାରେ ରଖି ପଚରାଉଚରା କରି କିଛି ତଥ୍ୟ ସଂଗ୍ରହ କରିଥିଲା। ତେବେ ମଙ୍ଗଳବାର ସକାଳୁ ନର୍ସରି ପଛପଟେ ଏଛ ସ୍ଥାନକୁ ଖୋଳିବାକୁ ଯିବା ପୂର୍ବରୁ ଜୟପୁର ଓ ବାରାସିଂଘା ବିଟ୍‌ର ୱାଚରମାନେ ଏସ୍‌ଟିଏଫ୍‌ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଯେହେତୁ ଏହି ହାତୀ ମୃତ୍ୟୁ ଘଟଣାରେ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଗୋଇନ୍ଦା ସୂଚନା ଏସ୍‌ଟିଏଫ୍‌କୁ ମିଳିଥିଲା, ତେଣୁ ସେଠାରେ କାହା ସହ ଯୁକ୍ତି ନ କରି ଚୁପଚାପ ବାରାସିଂଘା ବିଟ୍‌ ଆଡ଼କୁ ଏସ୍‌ଟିଏଫ୍‌ ଟିମ୍‌ ମୁହାଁଇଥିଲେ। ବାରାସିଂଘା ବିଟ୍‌ରେ ସନ୍ଦେହଘେରରେ ଥିବା ସ୍ଥାନ ପାଖରେ ପହଞ୍ଚତ୍ବା ପରେ ଜେସିବି ଦ୍ୱାରା ମାଟି ଖୋଳାଗଲା ଏବଂ ନାଟକୀୟ ଘଟଣା କ୍ରମରେ ଏକ ଛୋଟ ହାତୀର କଙ୍କାଳ ଦେଖାଯାଇଥିଲା।
ହାତୀର କଙ୍କାଳ ଖୋଳି ବାହାର କରିବା ସମୟରେ ଏସ୍‌ଟିଏଫ୍‌ର ଅନୁରୋଧ କ୍ରମେ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଉପସ୍ଥିତ ଥିଲେ। ଆଠଗଡ଼ ଡିଏଫ୍‌ଓ ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମାଟିତଳୁ ସମସ୍ତ ହାଡ଼ ଓ ଅବଶିଷ୍ଟାଂଶକୁ ବାରାସିଂଘା ବିଟ୍‌ କାର୍ଯ୍ୟାଳୟରେ ରଖାଯାଇଛି। ବୁଧବାର ଓୟୁଏଟି ଭେଟେରିନାରି କଲେଜରୁ ପ୍ରାଣୀ ପୋଷ୍ଟ ମର୍ଟମ୍‌ ବିଶେଷଜ୍ଞ ତଥା ପାଥୋଲୋଜି ବିଭାଗର ପ୍ରଫେସର ଡା. ସୁଶେନ କୁମାର ପଣ୍ଡା ତାଙ୍କ ଟିମ୍‌ ଧରି ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡ଼ିବ।
ଅନ୍ୟପକ୍ଷରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଜଙ୍ଗଲରେ ଶିକାରୀମାନେ ହାତୀକୁ ମାରିବା ପରେ ଯେତେ ଶୀଘ୍ର ସମ୍ଭବ ଦାନ୍ତ କାଟିନେଇ ସେହି ସ୍ଥାନ ଛାଡ଼ି ପଳାନ୍ତି। ହେଲେ ଏହି ଘଟଣାରେ ଜେସିବି ବିନା ହାତୀକୁ ପୋତିବା ଏବଂ ଜଙ୍ଗଲରେ ଏହି କାମ ବନ କର୍ମଚାରୀଙ୍କ ଛଡ଼ା ଆଉ କେହି କରିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ନରସିଂହପୁର ୱେଷ୍ଟ ରେଞ୍ଜ ଅଫିସର ଅଶୋକ କୁମାର ବେହେରା କହିଛନ୍ତି, ବାଲିକିଆରି ସଂରକ୍ଷିତ ଜଙ୍ଗଲ ଭିତରେ ଏହି କାମ ହୋଇନାହିଁ। ସେହିପରି ଚଢ଼ାଉ ବେଳେ ଉପସ୍ଥିତ ଥିବା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ନରସିଂହପୁର ବ୍ଲକ ପ୍ରାଣୀଧନ ଅଧିକାରୀ ୨୦୨୧ରେ ମାତ୍ର ଗୋଟିଏ ହାତୀର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ତେଣୁ ଏହି ହାତୀଟି ବିନା ବ୍ୟବଚ୍ଛେଦରେ ପୋତା ହୋଇଥିବା ସ୍ପଷ୍ଟ ହେଉଛି। ଅର୍ଥାତ୍‌ ଉକ୍ତ ଘଟଣାରେ ସ୍ଥାନୀୟ ବନ କର୍ମଚାରୀଙ୍କ ହାତ ରହିଛି। ଏ ସମ୍ପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ଡିଏଫ୍‌ଓଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି। ଯଦି କେଉଁ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବ ତା’ହାଲେ ତାଙ୍କ ବିରୋଧରେ ନିଶ୍ଚୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri