ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ ଗାଁ ବୁଲୁଛନ୍ତି। ହେଲେ ଶନିବାର ବ୍ଲକର ଯାନୀଗୁଡ଼ା ଗ୍ରାମରେ ପଶି ଘର, ଗୁହାଳ ଭାଙ୍ଗିବା ସହ କଦଳିବାଡ଼ି ଭାଙ୍ଗି ନଷ୍ଟ କରିଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ଏବେ ଘର ଭିତରେ ଭୟରେ ରହୁଛନ୍ତି। ଗତ ୪ ଦିନ ହେଲା ଏହି ହାତୀପଲ ଦେବଗିରି ରେଞ୍ଜର ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ଏହି ହାତୀଗୁଡ଼ିକ ଆନ୍ଧ୍ର ପଟୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ଏବେ ହାତୀଙ୍କ ଗତିପଥ ଉପରେ ବନ ବିଭାଗ ନଜର ରଖିଛି। ହାତୀଙ୍କ ସହ କୌଣସି ଦୁର୍ବବ୍ୟହାର ନ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ତରଫରୁ ସଚେତନ କରାଯାଉଛି। ତେବେ ହାତୀମାନେ କରିଥିବା କ୍ଷୟକ୍ଷତି ଆକଳନ କରାଯାଇ ସ୍ଥାନୀୟ ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ତରଫରୁ ସୂଚନା ଦେଇଛନ୍ତି ଗଜପତି ଡିଏଫ୍‌ଓ କେ. ନାଗାରାଜୁ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହିନ୍ଦୁ ସମ୍ମିଳନୀ: ହନୁମାନ ଚାଳିଶାରେ ପ୍ରକମ୍ପିତ ଅଞ୍ଚଳ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଛି। ଏହି ଅବସରରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ…

ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!

ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା…

ଛାଡପତ୍ର ପରେ ଅନୁଭବଙ୍କୁ ପାନେ ଦେଲେ ବର୍ଷା, ଯୌତୁକ ପାଇଁ …

ଭୁବନେଶ୍ୱର,୩୦।୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢିଛି । ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ…

Kolkata: ଆରଜି କର ମେଡିକାଲ କଲେଜ ବଳାତ୍କାର ପୀଡ଼ିତାଙ୍କ ମାତାପିତା ଲଢିବେ ନିର୍ବାଚନ!

କୋଲକାତା,୩୦।୧: ୯ ଅଗଷ୍ଟ, ୨୦୨୪ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାରର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ମାତାପିତା କହିଛନ୍ତି, ‘ଆମକୁ ନିର୍ବାଚନ…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ…

ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri