ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର ପ୍ରକାଶ ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା। ଯୁବକ ପାଟଣା ରେଞ୍ଜ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନ କଣ୍ଟିଆପଡ଼ା ଗ୍ରାମର ସିପୁନ ବେହେରା ବୋଲି ଚମ୍ପୁଆ ରେଞ୍ଜ ଉଖୁଣ୍ଡା ଫରେଷ୍ଟର ଓ ଅନ୍ୟମାନେ ଚିହ୍ନଟ କରିଥିବା ଡିଏଫ୍‌ଓ ଧନ୍‌ରାଜ ଏଚ୍‌ଡି କହିଛନ୍ତି। ଉକ୍ତ ଯୁବକ ଜଣଙ୍କ ଫେରାର ଅଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌ ଅନୁଯାୟୀ ତୁରନ୍ତ ଗିରଫ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି।

ପ୍ରକାଶ ଯେ, କେନ୍ଦୁଝର ଜିଲାରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ହାତୀଙ୍କ ଗତିପଥ ନୀରିକ୍ଷଣ କରିବାକୁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଅନେକ ସମୟରେ ଜନସାଧାରଣ ହାତୀଙ୍କ ଉପରକୁ ନିଆଁ ହୁଳା, ପଥର ଫୋପାଡ଼ିବା, ଠେଙ୍ଗା ଓ ବାଡିରେ ପିଟାପିଟି କରିବା ଘଟଣା ଘଟୁଛି। ଏହାର ସେଲଫି ବା ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି। ଏଭଳି ଘଟଣା ଯୋଗୁ ହାତୀପଲ ବ୍ୟତିବ୍ୟସ୍ତ ହୋଇ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି। ଚିହ୍ନଟ ଯୁବକଙ୍କ ଜଣଙ୍କ ଅନୁରୂପ ହାତୀପଲଙ୍କୁ ବାଡ଼ିରେ ମାଡ଼ ମାରୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି।

ଅନ୍ୟପକ୍ଷେ ହାତୀପଲଙ୍କୁ ଦିନରାତି ଟ୍ରାକିଂ ଓ ମନିଟରିଂ କରିବା ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଏବଂ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବ୍ୟବହାର କରାଯାଉଛି। ମାତ୍ର ଏଭଳି ଘଟଣାକୁ ବନ ବିଭାଗ କର୍ମଚାରୀ କିଭଳି ଧରପଗଡ଼ କରି ରୋକିପାରୁନାହାନ୍ତି ତାହାକୁ ନେଇ ସନ୍ଦେହ ଉପୁଜିଛି। ହାତୀ ଓ ବନ୍ୟପ୍ରାଣୀଙ୍କୁ ବ୍ୟବହାର କରି ସାମାଜିକ ମିଡିଆରେ ଅପଲୋଡ୍‌ କରାଯାଉଛି। ଏଭଳି ୧୦ରୁ ଊର୍ଦ୍ଧ୍ୱ ସାମାଜିକ ମିଡିଆ ଆକାଉଣ୍ଟ ରହିଥିଲେ ହେଁ ବନ ବିଭାଗ ପଦକ୍ଷେପ ନେଉନାହିଁ। ଫଳରେ ଏଭଳି ଘଟଣା ବଢି ଚାଲିଥିବା ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଏହି ଦିଗରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri