ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ ଗୁରୁବାର ଭୋର ସମୟରେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି।
ସ୍ଥାନୀୟ ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ମୃତକ ମାନସିକ ବିକାରଗସ୍ତ ବ୍ୟକ୍ତି ଜଣକ ବିଗତ ୪/୫ ବର୍ଷ ହେବ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲେ। ଯିଏ ଯାହା ଦେଲା ଖାଉଥିଲା ବେଳେ, ତାଙ୍କର ପ୍ରକୃତ ପରିଚୟ ମିଳିପାରି ନାହିଁ। ତେବେ ଆଜି ଭୋର୍‌ ସମୟରେ ବ୍ୟକ୍ତି ଜଣକ ଖଇରାସାହିଠାରୁ ନାଳ ଆଡ଼କୁ ଯାଉଥିଲା। ଘନ କୁହୁଡି ପାଇଁ କିଛି ଦେଖାଯାଉ ନ ଥିବା ବେଳେ, ଦନ୍ତା ହାତୀ ସହ ମୁହାଁମୁହିଁ ହୋଇ ଆକ୍ରମଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲା। ଖବର ପାଇ ଅନୁଗୋଳ ବନ କର୍ମଚାରୀଙ୍କ ସହ ରେଞ୍ଜର ଉଦ୍ଧବ ବେହେରା ଓ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ବର୍ଷ ଓ ତାଙ୍କ ପରିଚୟ ମିଳିନାହିଁ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri