ମଣିଷ ବେଶରେ ରୁହନ୍ତି ଏଲିଅନ

ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍‌ ଉତ୍ତର ମିଳିପାରିନାହିଁ। ତେବେ ଏଲିଅନମାନେ ମଣିଷଙ୍କ ବେଶରେ ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ନେଇ ବ୍ରିଟେନ୍‌ର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ଭୂପୃଷ୍ଠରେ ଏଲିଅନଙ୍କ ରହିବା ପାଇଁ ଅନେକ ସ୍ଥାନ ଥିବା ଏହି ଅଧ୍ୟୟନରେ କୁହାଯାଇଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ହ୍ୟୁମାନ ଫ୍ଲୋରିସିଂ ପ୍ରୋଗ୍ରାମର ଗବେଶକମାନେ ଏହି ଅଧ୍ୟୟନରେ କହିଛନ୍ତି, ”ଏହା ଜରୁରି ନୁହେଁ ଯେ ଏଲିଅନ ଅନ୍ୟ କୌଣସି ଗ୍ରହରୁ ଆସିଛନ୍ତି। ସେମାନେ ହୁଏତ ଆରମ୍ଭରୁ ହିଁ ମଣିଷଙ୍କ ସହ ରହି ଆସୁଛନ୍ତି“। ଏହି ଅଧ୍ୟୟନରେ ପ୍ରାଚୀନ ସଭ୍ୟତାର ଉଦାହରଣ ଦିଆଯାଇଛି ା ଏହା କୌଣସି ଅଜଣା ସଭ୍ୟତା ହୋଇଥାଇପାରେ ଯାହା ବର୍ତ୍ତମାନ ସୁଦ୍ଧା ଲୁଚି ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଏହି ସଭ୍ୟତା ଏପରି କିଛି ସ୍ଥାନରେ ନିଜର ଆଧାର ପ୍ରତିଷ୍ଠା କରିଛି ଯାହା ମଣିଷଙ୍କ ପାଇଁ କଳ୍ପନା ଯୋଗ୍ୟ ହୋଇ ନ ଥିବା ଅଧ୍ୟୟନରେ କୁହାଯାଇଛି। ସାଧାରଣତଃ ଏହି ସଭ୍ୟତା ଆଗ୍ନେୟଗିରିର ତଳେ, ଗଭୀର ଜଳ ମଧ୍ୟରେ କିମ୍ବା ଚନ୍ଦ୍ରର ଅନ୍ଧକାର ଅଞ୍ଚଳରେ ଦୀର୍ଘଦିନ ଧରି ରହି ଆସୁଥିଲା ବୋଲି ଗବେଷକମାନେ କହିଛନ୍ତି।
ୟୁଏଫ୍‌ଓ ବା ‘ଉଡନ୍ତା ବସ୍ତୁ’ ପୃଥିବୀରେ ରହୁଥିବା ଏଲିଅନଙ୍କୁ ଭେଟିବା ପାଇଁ ଆସୁଥିବା ମହାକାଶ ଯାନ ହୋଇପାରେ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ଏଲିଅନ ଭୂପୃଷ୍ଠରେ ୪ଟି ରୂପରେ ଥାଇପାରନ୍ତି ଏହି ଅଧ୍ୟୟନରେ ଗବେଷକମାନେ ଆକଳନ କରିଛନ୍ତି। ଖାସ୍‌କରି ଏହା ଏକ ପ୍ରାଚୀନ ମାନବ ସଭ୍ୟତା ଯାହା ବହୁ ପୂର୍ବରୁ ବିଲୁପ୍ତ ହୋଇଯାଇଛି ଏବଂ ଏବେ ଏହାର ଅବଶିଷ୍ଟାଂଶ ଏଲିଅନ ଭାବରେ ରହିଥାଇପାରନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି। ସେହିପରି ବୈଷୟିକ ଦୃଷ୍ଟିରୁ ଏଲିଅନ ପ୍ରଜାତି ଏକ ଉନ୍ନତ ମାନବ ସଭ୍ୟତା ମଧ୍ୟ ହୋଇଥାଇପାରେ ଯାହା ଗୁପ୍ତ ଭାବେ ବଞ୍ଚି ରହିବାକୁ ପସନ୍ଦ କରିଥାଏ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri