ହଟୁନି ବିପଦସଙ୍କୁଳ ଖୁଣ୍ଟ

ଢେଙ୍କାନାଳ ଅଫିସ, ୭ା୪: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ୱାର୍ଡ ଜଲାରାମ ହୋଟେଲ ପାର୍ଶ୍ୱ ଗଳିରେ ଏକ ଟେଲିଫୋନ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢଳିରହିଛି। କୌଣସି ମୁହୂର୍ତ୍ତରେ ଉକ୍ତ ଖୁଣ୍ଟ ଭାଙ୍ଗି ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ତେଣୁ ଉକ୍ତ ଖୁଣ୍ଟକୁ ତୁରନ୍ତ ହଟାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଏଭଳି ଅନେକ ବିଜୁଳି ଓ ଟେଲିଫୋନ୍‌ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସେସବୁକୁ ତୁରନ୍ତ ହଟାଇବାକୁ ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି।