ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ ଭାରତର ଘରୋଇ ଇଲୋକ୍ଟ୍ରୋନିକ ବଜାର ପ୍ରଭାବିତ ହେବାକୁ ଯାଉଛି । ଯାହାଫଳରେ ବହୁ ଜଲଦି ସମସ୍ତ ଇଲୋକ୍ଟ୍ରୋନିକ ଉତ୍ପାଦ ଅର୍ଥାତ୍ ଏସି, ଟିଭିଠୁ ନେଇ ୱାସିଂମେସିନ ଯାଏ ଦର ବଢିବାକୁ ଯାଉଛି ।
ରିପୋର୍ଟ ମୁତାବକ, ଦେଶର ରାଜଧାନୀ ଦିଲ୍ଲୀରେ ଥିବା ଏସିଆର ସର୍ବ ପୁରାତନ ଇଲେକ୍ଟ୍ରୋନିକ ବଜାର ଓଲ୍ଡ ଲାଜପତ ରାୟ ବଜାରରେ ସମସ୍ୟ ଇଲେକ୍ଟୋନିକ ପ୍ରଡକ୍ଟ ଆକାଶ ଛୁଆଁ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ବଜାରର ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଯୁଦ୍ଧରେ କେବଶଳ ଯେଉଁମାନେ ସାମିଲ ରହିଛନ୍ତି ସେମାନଙ୍କ ଉପରେ ପ୍ରଭାବ ପଡିନାହିଁ । ଏହାର ସିଧାସଳଖ ପ୍ରଭାବ ଆମ ଉପରେ ପଡୁଛି । କାରଣ ଭାରତ ଏବେବି ଇଲେକ୍ଚ୍ରୋନିକ ଉତ୍ପାଦରେ ଲାଗୁଥିବା ଚିପ୍ସେଟ୍ ଆମଦାନି କରିଥାଏ । କିନ୍ତୁ ବର୍ତ୍ତମାନ ଯୁଦ୍ଧ ପାଇଁ ଏହାକୁ ଆମଦାନୀ କରିବା ସହଜ ହୋଇ ରହିନାହିଁ । ଯାାହଫଳରେ ସମସ୍ତ ଇଲେକ୍ଟ୍ରିକାଲ ଉତ୍ପାଦ ଗୁଡିକର ଦର ବଢାଇବାକୁ ପଡିଛି ।
ପ୍ରଥମେ ଚାଇନା, ତାଇୱାନ ଓ ଦୁବାଇରୁ ମାଲ୍ ମଗାଇବାର ଆବଶ୍ୟକତା ରହିଥିଲେ କଣ୍ଟେନର ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । କିନ୍ତୁ ଯୁଦ୍ଧ ଯୋଗୁଂ ବର୍ତ୍ତମାନ ଏହି ଦର କଣ୍ଟେନର ପିଛା ୩ ଲାକ୍ଷ ଟଙ୍କା ପହଞ୍ଚିଛି । ଏଣୁ ଏହି ଅତିରିକ୍ତ ଖର୍ଚ୍ଚର ବିଲ୍ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡିବାକୁ ଯାଉଛି । ଏହାଛଡା ମଧ୍ୟ ପ୍ରାଚ୍ୟରୁ ଆମଦାନି ହେଉଥିବା ଇଲେକ୍ଟ୍ରୋନିକ କମ୍ପୋନେଟ୍ ବର୍ତ୍ତମାନ ଏକ ପ୍ରକାର ଠପ୍ ହୋଇଯାଇଛି । ଏହାଛଡା ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଭାରତର ପାଖାପାଖି ୪.୫ ବିଲିୟନ ଡଲାରର ଇଲେକ୍ଟ୍ରୋନିକ କମ୍ପୋନେଟ ଅଟକି ରହିଛି ।
ବର୍ତ୍ତମାନ ଏହି ବଜାରରେ ଟିଭି ଦରରେ ବ୍ୟପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଜାରରେ ବର୍ତ୍ତମାନ ପ୍ଲାଷ୍ଟିକ୍ ପେଲେଟ୍ ଓ ତମ୍ୱା ଦରରେ ଜବରଦସ୍ତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାଫଲରେ ଏସି, ଟିଭି ଓ ୱାସିଂମେସିନ ଉପରେ ଏହାର ବଡ ପ୍ରଭାବ ପଡିବାକୁ ଯାଉଛି । ଯଦି ଏହି ଯୁଦ୍ଧ ଆଗକୁ ସମାନ ଢଙ୍ଗରେ ଜାରି ରୁହେ ତେବେ ଏହି ସବୁ ସାମଗ୍ରୀ ଗୁଡିକର ଦରରେ ୧୦ରୁ ୧୫ ପ୍ରତିଶତର ଅଭିବୃଦ୍ଧି ପ୍ରକାସ ପାଇବ ।

