ବିଦ୍ୟୁତ୍‌ ନେଲା ନାବାଳିକାଙ୍କ ଜୀବନ, ଢୁଢୁଆରେ ଉତ୍ତେଜନା

ଭଞ୍ଜନଗର,୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଢୁଢୁଆରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଣୀ ନାଇକ (୧୪)। ଏହି ଘଟଣାକୁ ନେଇ ଚପା ଉତ୍ତେଜନା ଦେଖା ଦେଇଛି।
ସୂଚନାଯୋଗ୍ୟ, ବୁଗୁଡ଼ା ଥାନା ଅନ୍ତର୍ଗତ ତାମ୍ବିରି ଗ୍ରାମର ରାଣୀ ଢୁଢୁଆସ୍ଥିତ ନିଜ ମାମୁ ଭାବ ନାଇକଙ୍କ ଘରକୁ କିଛି ଦିନ ପୂର୍ବେ ବୁଲିବାକୁ ଆସିଥିଲେ। ପୂର୍ବାହ୍ନରେ ରାଣୀ ମାମୁ ଘର ନିକଟରେ ଲୁଗା ଶୁଖାଉଥିବା ସମୟରେ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ଲାଗିଯାଇଥିଲା। ଫଳରେସେ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ରାଣୀଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ରାଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।