୧୩ ଘଣ୍ଟା  ଅନ୍ଧାର ରହିଲା ଭଞ୍ଜନଗର: ବଢ଼ୁଛି ଅସନ୍ତୋଷ

ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ଏବଂ ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରୁ ମଙ୍ଗଳବାର ଅପରାହ୍ନ ୪ଟା ଯାଏ ୧୩ ଘଣ୍ଟା ବିଦ୍ୟୁତ୍‌ ସେବା ବନ୍ଦ ରହଥିଲା। ସୋମବାର ଅପରାହ୍ନ ୪ ଟାରୁ ରାତି ୧ଟା ପର୍ଯ୍ୟନ୍ତ ପ୍ରଥମେ ବିଦ୍ୟୁତ୍‌ କାଟ କରାଯାଇଥିଲା। ମଙ୍ଗଳବାର ୧୨ଟାରୁ ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ଏତେ ସମୟ ଧର ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ,  ସୋମବାର ଅପରାହ୍ନ ୪ଟାରେ ସାମାନ୍ୟ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ୍‌ ଉପରେ ଗଛଡାଳ ପଡ଼ି ଦୁଇଟି ସ୍ଥାନରେ ତାର ଛିଣ୍ଡିଯାଇଥିଲା । ଦୁଇଘଣ୍ଟା ପରେ ଟାଟାପାୱାର କର୍ମଚାରୀ ତ୍ରୁଟିକୁ ଠାବ କରିବା ପରେ ବିଦଦ୍ୟୁତ୍‌ ସେବାକୁ ସ୍ବଭାବିକ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ରାତି ୧ ଟାରେ ବିଦ୍ୟୁତ୍‌ ସେବା ସ୍ବଭାବିକ ହୋଇଥିଲା।
ସେହିଭଳି ମଙ୍ଗଳବାର ମଧ୍ୟ ଦିନ ୧୨ ଟାରେ ପୁଣି ଉକ୍ତ ଲାଇନ୍‌ରେ ତ୍ରୁଟି ଦେଖା ଦେଇଥିଲା। ଏହାକୁ ସଜାଡ଼ିବା ପାଇଁ ପୁଣି ୪ ଘଣ୍ଟା ଲାଗିଥିଲା। କଣ୍ଟେଇପଲ୍ଲୀ ଗ୍ରିଡରୁ ଭଞ୍ଜନଗର ଆସିଥିବା ୩୩ କେଭରେ କିଛି ତ୍ରୁଟି ହେଲେ ବିକଳ୍ପ ବ୍ୟବସ୍ଥା ଆଉ କିଛି ନାହିଁ। ଉକ୍ତ ଲାଇନ ମରାମତି ହେଲେ ହିଁ ଯାଇ ସହରକୁ ବିଦ୍ୟୁତ୍‌ ଆସୁଛି। କଣ୍ଟେଇପଲ୍ଲୀରୁ ଭଞ୍ଜନଗର ହେଉଛି ୮ କିମି ଦୁର। ଦୂତିୟ ଲାଇନ ବ୍ୟବସ୍ଥା କଲେ ଏହି ସମସ୍ୟା ହୋଇ ନ ଥାନ୍ତା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri