Posted inରାଜ୍ୟ

ବିଦ୍ୟୁତ୍‌ ସମସ୍ୟା: ୩ ମିନିଟ୍‌ରେ ଅଭିଯୋଗ ନ ଶୁଣିଲେ ଜରିମାନା

ଭୁବନେଶ୍ୱର,୪ା୯ (ରବିନାରାୟଣ ଜେନା): ରାଜ୍ୟରେ ବିଦ୍ୟୁତ୍‌ ସେବାରେ ଖୁବ୍‌ଶୀଘ୍ର ସଂସ୍କାର ଆସିବ। ଏନେଇ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି। ସେଥିରେ ସେପ୍ଟେମ୍ବର ୨୨ ସୁଦ୍ଧା ରାଜ୍ୟର ପ୍ରାୟ ୧କୋଟି ଉପଭୋକ୍ତାଙ୍କଠାରୁ ସୁଚିନ୍ତିତ ମତାମତ ଲୋଡ଼ାଯାଇଛି। ତେବେ ଓଇଆର୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ବିଦ୍ୟୁତ୍‌ ସେବା ବ୍ୟାହତ କ୍ଷେତ୍ରରେ ଉପଭୋକ୍ତା ଯଦି ଫୋନ୍‌ କରୁଛନ୍ତି, ତେବେ ୩ ମିନିଟ୍‌ ମଧ୍ୟରେ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ପକ୍ଷରୁ ତା’ର ପ୍ରତିଜବାବ ତଥା ରେସ୍‌ପଣ୍ଡ କରାଯିବାକୁ ରହିଛି। ଯଦି ଏହି ସମୟ ମଧ୍ୟରେ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ରେସ୍‌ପଣ୍ଡ ନ କରନ୍ତି ତେବେ ଜରିମାନା ହେବେ। ସେହିପରି ୫ ମିନିଟ୍‌ ମଧ୍ୟରେ ଯଦି ଅଭିଯୋଗଟି
ପଞ୍ଜୀକରଣ ନ ହେବ, ତେବେ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ଦଣ୍ଡିତ ହେବାକୁ ରହିଥିବାବେଳେ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ନୂତନ ବିଦ୍ୟୁତ୍‌ ସଂଯୋଗ ଆବେଦନ କ୍ଷେତ୍ରରେ ୩ ଦିନ ଏବଂ ସହରାଞ୍ଚଳ ଓ ମହାନଗର ନିଗମରେ ୩ରୁ ୧୫ ଦିନ ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ଅନୁରୂପ ଭାବେ ବିଦ୍ୟୁତ୍‌ ବିଚ୍ଛିନ୍ନ ଓ ମିଟରଜନିତ ସମସ୍ୟା କ୍ଷେତ୍ରରେ ୩ ଦିନରେ ତା’ର ସମାଧାନ କରିବାକୁ କୁହାଯାଇଛି।

ଦୀର୍ଘ ୨୧ ବର୍ଷ ପରେ ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକ ପାଇଁ ପ୍ରଣିତ ହୋଇଥିବା କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ-୨୦୦୪କୁ ରଦ୍ଦକରି ନୂତନ କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ-୨୦୨୫ ପ୍ରସ୍ତୁତ କରାଯାଇଛି। ତେବେ ସଂପ୍ରତି ଟାଟା ବିତରଣ କମ୍ପାନୀଗୁଡ଼ିକ ପାଇଁ ମାନଦଣ୍ଡକୁ ପାଳନ କରିବା ବାଧ୍ୟତାମୂଳକ ରହିବ। ଯଦି ଆବଣ୍ଟନ କମ୍ପାନୀଗୁଡ଼ିକ ଆୟୋଗ ଧାର୍ଯ୍ୟ କରିଥିବା ମାନଦଣ୍ଡକୁ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଉପଭୋକ୍ତାଙ୍କୁ କେତେ କ୍ଷତିପୂରଣ ଓ କେଉଁ ସମୟ ଅବଧିରେ ପଇଠ କରିବେ ତାହା ମଧ୍ୟ ଉଲ୍ଲେଖ ରହିଛି।
ଓଡ଼ିଶା ବିଦ୍ୟୁତ୍‌ ସେବାରେ ନିୟୋଜିତ ବିତରଣ କମ୍ପାନୀଗୁଡ଼ିକର କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ, ଯାହାକି ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ମାନର ବିଦ୍ୟୁତ୍‌ସେବା ଯୋଗାଇବାର ଏକ ପ୍ରମୁଖ କାର୍ଯ୍ୟପ୍ରକ୍ରିୟାକୁ ଏପର୍ଯ୍ୟନ୍ତ ଆୟୋଗ ଠିକ୍‌ ଭାବେ ଗୁରୁତ୍ୱ ଦେଇ ନ ଥିଲେ। ଏହାର ସଂଶୋଧନ ନିମନ୍ତେ ପୂର୍ବ ସରକାର ସମୟରେ ଆୟୋଗଙ୍କ ପାଖରେ ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ ଆୟୋଗ କର୍ଣ୍ଣପାତ କରି ନ ଥିଲେ। ତେବେ ଆୟୋଗ ଏବେ ନିଜଆଡୁ କେସ୍‌ ଦାଏର କରି ଟାଟା ବିତରଣ କମ୍ପାନୀଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ଚିଠା ବିଜ୍ଞପ୍ତି ମାନଦଣ୍ଡରେ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ କ୍ଷେତ୍ରରେ କେତେକ କ୍ଷେତ୍ରରୁ ଅବହେଳା କରାଯାଇଥିବା ନେଇ ପ୍ରଶ୍ନ ଉଠିଛି। ଆୟୋଗ ଧାର୍ଯ୍ୟ କରିଥିବା କ୍ଷତିପୂରଣ ଜରିମାନା ଭାରତର ଅନ୍ୟ ଆୟୋଗଗୁଡ଼ିକ ଧାର୍ଯ୍ୟ କରିଥିବା ଜରିମାନାଠାରୁ ବହୁତ୍‌ କମ୍‌ ରହିଛି। ମାସକୁ କେତେଘଣ୍ଟା ବିଦ୍ୟୁତ୍‌ ଯୋଗାଣ ହେଉଛି ଓ କେତେଥର ବ୍ୟାହତ ହେଉଛି ତା’ର ତଥ୍ୟ ମାସିକ ବିଲ୍‌ରେ ଉପଭୋକ୍ତାଙ୍କୁ ଦେବା ପାଇଁ ମାନଦଣ୍ଡରେ ଆୟୋଗ ଦର୍ଶାଇ ନାହାନ୍ତି। ଏଥିପ୍ରତି ଆୟୋଗ ପରବର୍ତ୍ତୀ ଚୂଡ଼ାନ୍ତ ବିଜ୍ଞପ୍ତିରେ ଦୃଷ୍ଟିଦେବାକୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri